‘ଯୁଦ୍ଧ ନୁହେଁ ବିଶ୍ୱକୁ ବୁଦ୍ଧ ଦେଇଛି ଭାରତ’ OTV KHABAR BUREAU

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଜାତିସଂଘ ସାଧାରଣ ଅଧିବେଶନରେ ସମସ୍ତଙ୍କ ଆଶାଠାରୁ କିଛି ଭିନ୍ନ ଭଙ୍ଗୀରେ ଭାଷଣ ରଖିଛନ୍ତି। ଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ, ବିଶ୍ୱକୁ ଯୁଦ୍ଧ ନୁହେଁ, ବୁଦ୍ଧ ଦେଇଛି ଭାରତ। ଏଥିସହ ଜଳବାୟୁ, ଆତଙ୍କବାଦ ବିରୋଧରେ ଲଢ଼େଇ, ବିଶ୍ୱ ଶାନ୍ତି ବଜାୟ ରଖିବା ଆଦି ପ୍ରସଙ୍ଗରେ ଭାଷଣ ରଖିଥିଲେ ମଧ୍ୟ ଚତୁରତାର ସହିତ ପାକିସ୍ତାନର ନାମ ନେଇ ନାହାନ୍ତି।

ସେ ଏହି ଅଭିଭାଷଣ ଆରମ୍ଭରେ ତାଙ୍କ ସରକାରର ବିଭିନ୍ନ ଯୋଜନା ଏବଂ ପ୍ରକଳ୍ପ ବାବଦରେ କହିଥିଲେ। ସେ ଆତଙ୍କବାଦ ନାମ ନେଇଥିଲେ ସତ, କିନ୍ତୁ ଏଥିରେ ପାକିସ୍ତାନ ନାମ ଉଲ୍ଲେଖ କରି ନ ଥିଲେ। ସେ କହିଥିଲେ, ଆତଙ୍କବାଦ ଗୋଟିଏ ଦେଶ ପାଇଁ ନୁହେଁ ସମସ୍ତ ଦେଶପାଇଁ ଏକ ଆହ୍ୱାନ। ମାନବିକତାର ସୁରକ୍ଷା ପାଇଁ ଆମକୁ ଆତଙ୍କବାଦ ବିରୋଧରେ ଏକାଠି ହେବାକୁ ପଡ଼ିବ।
ସେ ଆହୁରି ମଧ୍ୟ କହିଥିଲେ, ସମଗ୍ର ବିଶ୍ୱକୁ ଆତଙ୍କବାଦ ପ୍ରତି ଆହୁରି କ୍ରୋଧିତ ହେବାକୁ ପଡ଼ିବ। ଆମେ ଏଭଳି ଏକ ଦେଶରୁ ଆସିଛୁ ଯାହାକି ବିଶ୍ୱକୁ ବୁଦ୍ଧ (ବୁଦ୍ଧଙ୍କ ଶାନ୍ତିବାର୍ତ୍ତା) ଦେଇଛି ଯୁଦ୍ଧ ନୁହେଁ।
ଏହି ଅବସରରେ ମୋଦି ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣକୁ ମନେ ପକାଇ କହିଥିଲେ, ସ୍ୱାମୀ ବିବେକାନନ୍ଦ ବିଶ୍ୱକୁ ବିଶ୍ୱଭାତୃତ୍ୱ ଏବଂ ଶାନ୍ତିର ବାର୍ତ୍ତା ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ବିରୋଧ ସମ୍ପର୍କରେ ମଧ୍ୟ କହିଥିଲେ। ଜାତିସଂଘ କୋଠାରେ କୌଣସି ଏକ ସ୍ଥାନରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ବିରୋଧରେ ବାର୍ତ୍ତା ତାଙ୍କୁ ଆନନ୍ଦିତ କରିଥିବା ସେ କହିଥିଲେ।

 

ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱଚ୍ଛତା ଅଭିଯାନ ଓ ୧୧ କୋଟି ଶୌଚାଳୟ ନିର୍ମାଣ କ୍ଷେତ୍ରରେ ଭାରତର ସଫଳତା ବଖାଣିଥିଲେ। ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଯୋଜନାକୁ ବିଶ୍ୱର ସବୁଠାରୁ ବଡ଼ ସ୍ୱାସ୍ଥ୍ୟବୀମା କହିବା ସହ ଏହା ୫୦ କୋଟି ଲୋକଙ୍କୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇବା ଉଦ୍ଦିଷ୍ଟ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

 

ମୋଦି ଏହି ସପ୍ତାହବ୍ୟାପୀ ଆମେରିକା ଗସ୍ତରେ ପାକିସ୍ତାନର ନାମ ନ ନେଇ ମଧ୍ୟ ଏହି ରାଷ୍ଟ୍ରକୁ ଅଡ଼ୁଆରେ ପକାଇଛନ୍ତି। ସେ ଗତ କିଛି ଦିନ ତଳେ ‘ହାଓଡି ମୋଦି’ କାର୍ଯ୍ୟକ୍ରମରେ କହିଥିଲେ, ୨୬/୧୧ ହେଉ କି ୯/୧୧ ହେଉ ଏସବୁ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ରକାରୀ କେଉଁଠି ମିଳନ୍ତି? ଏହାର ଉତ୍ତର କେବଳ ଆମେ ନୁହେଁ ଏ ବିଶ୍ୱର ସମସ୍ତେ ଜାଣିଛନ୍ତି।



from OTV Khabar. https://ift.tt/2nZZgRg
‘ଯୁଦ୍ଧ ନୁହେଁ ବିଶ୍ୱକୁ ବୁଦ୍ଧ ଦେଇଛି ଭାରତ’ OTV KHABAR BUREAU ‘ଯୁଦ୍ଧ ନୁହେଁ ବିଶ୍ୱକୁ ବୁଦ୍ଧ ଦେଇଛି ଭାରତ’ OTV KHABAR BUREAU Reviewed by SUBHENDU BARAL on September 27, 2019 Rating: 5

No comments:

Powered by Blogger.