ଆଜିଠାରୁ  ସବୁ ସରକାରୀ ବ୍ୟାଙ୍କର କାର୍ଯ୍ୟ ସମୟରେ ପରିବର୍ତନ । ସକାଳ ୧୦ରୁ ୪ ଯାଏଁ  ମିଳିବ ଗ୍ରାହକଙ୍କୁ ସୁବିଧା  Kanak News

କନକ ବ୍ୟୁରୋ : ଆଜିଠାରୁ  ସବୁ ସରକାରୀ ବ୍ୟାଙ୍କର କାର୍ଯ୍ୟ ସମୟରେ ପରିବର୍ତନ ହେବ  । ସମସ୍ତ ସରକାରୀ ବ୍ୟାଙ୍କଗୁଡ଼ିକ ଆଜି ଠାରୁ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ରହିବ  । ଗ୍ରାହକଙ୍କ ସୁବିଧା ପାଇଁ ନୀତିଗତ ଭାବେ ଲାଗୁ ହେବ ଏହି ନିଷ୍ପତି । ସବୁ ସରକାରୀ ବ୍ୟାଙ୍କର ସମାନ କାର୍ଯ୍ୟଅବଧି ନେଇ  ଏସଏଲବିସି  କମିଟିରେ ନିଷ୍ପତି ହୋଇଛି ।  ୧୫୬ ତମ ଏସଲବିସି  ବୈଠକରେ ଏହି ସୂଚନା ଦେଇଛନ୍ତି  ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ ।

ଘରୋଇ ବ୍ୟାଙ୍କଗୁଡିକୁ  ସମାନ ସମୟ ଅବଧି ପାଳନ କରିବାକୁ  ଅନୁରୋଧ କରାଯାଇଛି ।  ଗ୍ରାମାଂଚଳରେ ବ୍ୟାଙ୍କିଙ୍ଗ ସେବାକୁ  ତ୍ୱରାନ୍ୱିତ କରାଯିବ ।  ଅଧିକ ସଂଖ୍ୟକ ବ୍ୟାଙ୍କ ଶାଖା ଖୋଲାଯିବ । ୬ ଜିଲ୍ଲାରେ  ହେବ ଶହେ ପ୍ରତିଶତ  ଡିଜିଟାଇଜେସନ ।  ଏହି ଜିଲ୍ଲାଗୁଡିକ ହେଲା କଟକ, କେନ୍ଦ୍ରାପଡା, ଜଗତସିଂହପୁର. ଅନୁଗୁଳ, ଖୋର୍ଦ୍ଧା ଓ ବଲାଙ୍ଗିର ।



from Kanak News https://ift.tt/2o8Gnvh https://ift.tt/2o5apA2
ଆଜିଠାରୁ  ସବୁ ସରକାରୀ ବ୍ୟାଙ୍କର କାର୍ଯ୍ୟ ସମୟରେ ପରିବର୍ତନ । ସକାଳ ୧୦ରୁ ୪ ଯାଏଁ  ମିଳିବ ଗ୍ରାହକଙ୍କୁ ସୁବିଧା  Kanak News ଆଜିଠାରୁ  ସବୁ ସରକାରୀ ବ୍ୟାଙ୍କର କାର୍ଯ୍ୟ ସମୟରେ ପରିବର୍ତନ । ସକାଳ ୧୦ରୁ ୪ ଯାଏଁ  ମିଳିବ ଗ୍ରାହକଙ୍କୁ ସୁବିଧା  Kanak News Reviewed by SUBHENDU BARAL on September 30, 2019 Rating: 5

No comments:

Powered by Blogger.