ଆସନ୍ତା କାଲିଠାରୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବନ୍ଦ : ବିଧିବଦ୍ଧ ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି Kanak News

କନକ ବ୍ୟୁରୋ : ଅକ୍ଟୋବର ୨ରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ବନ୍ଦ ହେବ ‘ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌’ । ୧୨ ଦିନ ତଳେ ଏ ନେଇ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ଗତକାଲି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । କୌଣସି ବ୍ୟକ୍ତିବିଶେଷ ପ୍ଲାଷ୍ଟିକ୍‌ ପଲିଥିନ୍‌ ଆଦି ଉତ୍ପାଦନ ଓ ବିକ୍ରି କରିପାରିବ‌େ ନାହିଁ । ପ୍ଲାଷ୍ଟିକ୍‌ରୁ ନିର୍ମିତ ଚାମଚ, କପ୍‌, ପ୍ଲେଟ୍‌, ଗ୍ଲାସ୍‌, ପାଉଚ୍‌ ଆଦି ବ୍ୟବହାର ଉପରେ କଟକଣା ଲଗାଯାଇଛି । ଆଧ୍ୟାତ୍ମିକସ୍ଥଳୀ, ହୋଟେଲ୍‌, ରେଷ୍ଟୁରାଣ୍ଟ୍‌, କାଫେ, ଭ୍ରାମ୍ୟମାଣ ଖାଦ୍ୟ କାଉଣ୍ଟର, ବିବାହ ଉତ୍ସବ, ଅନୁଷ୍ଠାନ, କାର୍ଯ୍ୟାଳୟରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟବହାର ହେଲେ ସମ୍ପୃକ୍ତ ଅନୁଷ୍ଠାନ ଓ ବ୍ୟକ୍ତିବିଶେ‌ଷ ସେଥିପାଇଁ ଦାୟୀ ରହିବେ।

ପୌରସଂସ୍ଥାର ଅଧିକାରୀମାନେ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିର୍ଦେଶ ଦିଆଯାଇଛି। ପ୍ଲାଷ୍ଟିକ୍‌ର କିଭଳି ଉଚିତ ପରିଚାଳନା ଓ ପୁନଃଚକ୍ରଣ କରାଯିବ ସେ ଦିଗରେ ପୌରସଂସ୍ଥା ପକ୍ଷରୁ ପଦକ୍ଷେପ ନିଆଯିବ। ଜିଲ୍ଲାପାଳମାନେ ଅତିରିକ୍ତ ଜିଲ୍ଲାପାଳ, ଏସ୍‌ପି, ବନ ବିଭାଗ ଅଧିକାରୀ, ତହସିଲଦାର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ, ପୌରସଂସ୍ଥାର ଅଧିକାରୀମାନଙ୍କୁ ନେଇ ଏକ ଟିମ୍‌ ଗଠନ କରିବେ। ଉକ୍ତ ଟିମ୍‌ ସହରର ବିଭିନ୍ନ ସ୍ଥାନରେ ଚଢ଼ଉ କରି ପଲିଥିନ୍‌ ବ୍ୟବହାରକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।



from Kanak News https://ift.tt/2nkxrDd https://ift.tt/30n4J1S
ଆସନ୍ତା କାଲିଠାରୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବନ୍ଦ : ବିଧିବଦ୍ଧ ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି Kanak News ଆସନ୍ତା କାଲିଠାରୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ବନ୍ଦ : ବିଧିବଦ୍ଧ ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି Kanak News Reviewed by SUBHENDU BARAL on September 30, 2019 Rating: 5

No comments:

Powered by Blogger.