ଇମ୍ରାନଙ୍କ ଉପରେ ବର୍ଷିଲେ ଗମ୍ଭୀର । କହିଲେ ଆତଙ୍କୀ ସଂଗଠନର ରୋଲ୍ ମଡେଲ୍ ସାଜିଛନ୍ତି ଇମ୍ରାନ୍, ଇମ୍ରାନଙ୍କୁ ବର୍ଜନ କରିବାକୁ କ୍ରୀଡ଼ା ଜଗତକୁ କଲେ ଆହ୍ୱାନ । Kanak News

କନକ ବ୍ୟୁରୋ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ମିଳିତ ଜାତିସଂଘରେ ଦେଇଥିବା ଭାରତ ବିରୋଧୀ ଭାଷଣକୁ ପୂର୍ବତନ କ୍ରିକେଟର ତଥା ପୂର୍ବ ଦିଲ୍ଲୀରୁ ବିଜେପି ସାଂସଦ ଗୌତମ ଗମ୍ଭୀର ତୀବ୍ର ସମାଲୋଚନା କରିଛନ୍ତି । ଇମ୍ରାନଙ୍କ ଉପରେ ବଡ଼ ଧରଣର ଆକ୍ରମଣ କରି ଗମ୍ଭୀର ତାଙ୍କୁ ଆତଙ୍କବାଦୀଙ୍କ ଆଦର୍ଶ ଭାବେ ବର୍ଣ୍ଣନା କରିଛନ୍ତି । ସେହିଭଳି ଇମ୍ରାନଙ୍କୁ ବର୍ଜନ କରିବାକୁ କ୍ରୀଡ଼ା ଜଗତକୁ ଆହ୍ୱାନ କରିଛନ୍ତି । ଗମ୍ଭୀର ଏହି ବିଷୟରେ ଟ୍ୱିଟ କରି କହିଛନ୍ତି ଯେ କ୍ରୀଡ଼ାବିତ୍ ନିଜ ଉତ୍ତମ ଆଚାର ବ୍ୟବହାର, ନୀତି ଆଦର୍ଶ ତଥା ଖେଳୁଆଡ଼ ମନୋଭାବ ସହ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ପାଇଁ କୋଟି କୋଟି ପ୍ରଶଂସକଙ୍କ ଆଦର୍ଶ ପାଲଟି ଥାଆନ୍ତି ।
ନିକଟରେ ମିଳିତ ଜାତିସଂଘରେ ଜଣେ କ୍ରୀଡ଼ାବିତ୍ ଆତଙ୍କବାଦୀଙ୍କ ଆଦର୍ଶ ଭଳି ଭାଷଣ ଦେଇଥିଲେ । ଇମ୍ରାନ ଖାନଙ୍କୁ କ୍ରୀଡ଼ା ସମୁଦାୟ ବହିଷ୍କାର କରିବା କଥା । ପ୍ରକାଶଯୋଗ୍ୟ ଯେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ୧୯୯୨ ମସିହାରେ ପ୍ରଥମ ଥର ପାଇଁ କ୍ରିକେଟ୍ ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ । ତାଙ୍କ ନେତୃତ୍ୱରେ ହିଁ ପାକିସ୍ତାନ ବିଶ୍ୱକପ୍ ଜିତିବାର ସ୍ୱପ୍ନ ପୂରଣ କରିଥିଲା । ଅବସର ପରେ ସେ ରାଜନୀତିରେ ଯୋଗ ଦେବା ସହ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଛନ୍ତି । ଗମ୍ଭୀର ମଧ୍ୟ ପାକିସ୍ତାନ କ୍ରିକେଟ୍ ଦଳର ଆଉ ଜଣେ ଅଧିନାୟକ ସାହିଦ ଆଫ୍ରିଦିଙ୍କ ସହ ନିୟମିତ ହେଉଥିବା କଥା କଟାକଟିର କାରଣ ଦର୍ଶାଇଛନ୍ତି । ଆଫ୍ରିଦିଙ୍କ ସହ ସଂପର୍କ ଖରାପ ହେବା ମୋ ଉପରେ କୌଣସି ପ୍ରଭାବ ପକାଏ ନାହିଁ । ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ମୁଁ କିଛି ଭୁଲ କରି ନାହିଁ ବୋଲି ଗମ୍ଭୀର କହିଛନ୍ତି ।
from Kanak News https://ift.tt/2ms53yt https://ift.tt/2mwxGuw
No comments: