ହୋମ୍‌ଗାର୍ଡଙ୍କ ବୁଲେଟ୍ ଧକ୍କାରେ ବୃଦ୍ଧ ଗୁରୁତର, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସାଲେପୁର ୨୮।୯: ହୋମଗାର୍ଡଙ୍କ ବୁଲେଟ୍ ଧକ୍କାରେ ବୁଦ୍ଧ ଗୁରୁତର। କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ସାଲେପୁର ଥାନା ହୋମଗାର୍ଡ ସରୋଜ ସ୍ୱାଇଁ ନିଜ ବୁଲେଟରେ ଯାଉଥିବା ସମୟରେ ସାଲେପୁର ତହସିଲ ଅଫିସ ସମ୍ମୁଖରେ ବୃଦ୍ଧ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ। ସେହି ସମୟରେ ସରୋଜ ବୁଲେଟରେ ଆସି ବୃଦ୍ଧଙ୍କୁ ଧକ୍କା ଦେଇଥିଲେ। ଘଟଣା ସ୍ଥଳରେ ବୃଦ୍ଧ ଗୁରୁତର ହୋଇପଡିଥିଲେ। ତାଙ୍କୁ ପ୍ରଥମେ ସାଲେପୁର ମେଡ଼ିକାଲ ନିଆଯାଇଥିଲା ପରେ ଅଧିକ ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି।

ତେବେ ହୋମଗାର୍ଡ ଜଣଙ୍କ ଅତ୍ୟଧିକ ମଦ ପିଇ ଗାଡ଼ି ଚଳାଇ ଧକ୍କା କରିଥିବା ଅଭିଯୋଗ ହୋଇଛି। ଏହି ହୋମଗାର୍ଡଙ୍କ ନାମରେ ଆଗରୁ ମଦ ପିଇ ବିଭିନ୍ନ ଘଟଣା ଘଟାଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ବୃଦ୍ଧ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ନଟବର କାଣ୍ଡି। ଏନେଇ ସାଲେପୁର ଥାନାରେ ନଟବରଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଛି। ସାଲେପୁର ଥାନା ଅଭିଯୋଗ ପାଇଲା ପରେ ତଦନ୍ତ ଚଳାଇଛି।



from Prameya News7 https://ift.tt/2npjC5W
ହୋମ୍‌ଗାର୍ଡଙ୍କ ବୁଲେଟ୍ ଧକ୍କାରେ ବୃଦ୍ଧ ଗୁରୁତର, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋମ୍‌ଗାର୍ଡଙ୍କ ବୁଲେଟ୍ ଧକ୍କାରେ ବୃଦ୍ଧ ଗୁରୁତର, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି Reviewed by SUBHENDU BARAL on September 27, 2019 Rating: 5

No comments:

Powered by Blogger.