ବିଜେପୁର ଉପନିର୍ବାଚନ ପୂର୍ବରୁ ପୁଣି ହିଂସାକାଣ୍ଡ। ବିଜେପି କର୍ମୀ ମନୋରଞ୍ଜନ ମେହେରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି Kanak News

କନକ ବ୍ୟୁରୋ: ବରଗଡ ଜିଲ୍ଲାର ବିଜେପୁରରେ ଉପନିର୍ବାଚନ ଆଗରୁ ହିଂସାକାଣ୍ଡ । ବିଜେପି କର୍ମୀ ମନୋରଂଜନ ମେହେରଙ୍କୁ ହୋଇଛି ମରଣାନ୍ତକ ଆକ୍ରମଣ । ବିଜେପୁର ସୋହେଲା ରାସ୍ତା ଦେଇ କନାପାଳି ଗାଁ ଠାରେ ଏହି ଆକ୍ରମଣ ହୋଇଛି । ଏବେ ଗୁରୁତର ଅବସ୍ଥାରେ ମନୋରଂଜନଙ୍କୁ ବିଜେପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ବରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କାହିଁକି ମନୋରଂଜନଙ୍କୁ ଆକ୍ରମଣ କଲା ତାହା ଅସ୍ପଷ୍ଟ ରହିଛି । ଗତ ନିର୍ବାଚନ ବେଳେ ମଧ୍ୟ ତାଙ୍କ ଘର ଉପରେ ଆକ୍ରମଣ ହୋଇଥିଲା ।

ଗତକାଲି ରାତି ପ୍ରାୟ ସାଢ଼େ ୮ଟା ବେଳେ ମନୋରଞ୍ଜନ ତାଙ୍କ ଜଣେ ସାଙ୍ଗଙ୍କ ସହ ସୋହେଲାରୁ ବାଇକରେ ଘରକୁ ଫେରୁଥିଲେ। ବାଟରେ ତାଙ୍କୁ ୪/୫ଜଣ ଅଜଣା ଯୁବକ ଅଟକାଇଥିଲେ। ଅଚାନକ ସେମାନେ ଭୁଜାଲି ଓ ଅନ୍ୟ ମାରଣାସ୍ତ୍ରରେ ମନୋରଞ୍ଜନଙ୍କୁ ଆକ୍ରମଣ କରିଥିଲେ। ଭୁଜାଲି ମାଡ଼ରେ ମନୋରଞ୍ଜନଙ୍କ ହାତ ଏବଂ ଛାତିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତାଙ୍କୁ ପ୍ରଥମେ ବିଜେପୁର ଡାକ୍ତରଖାନା ଏବଂ ପରେ ବରଗଡ଼ ସ୍ଥାନାନ୍ତର କରାଯାଇଛି। ଆକ୍ରମଣର କାରଣ କିମ୍ବା ଆକ୍ରମଣକାରୀଙ୍କ ସଂପର୍କରେ କିଛି ସୂଚନା ମିଳିନାହିଁ।

ତେବେ ଗତ ଉପନିର୍ବାଚନ ବେଳେ ମଧ୍ୟ ମନୋରଞ୍ଜନଙ୍କ ଉପରକୁ ଆକ୍ରମଣ ହୋଇଥିଲା। ଗତବର୍ଷ ଜାନୁଆରି ୭ ତାରିଖ ପଡ଼ାସ୍ଥିତ ମନୋରଞ୍ଜନଙ୍କ ବାସଗୃହ ଉପରକୁ ଦୁର୍ବୃତ୍ତମାନେ ୩ ରାଉଣ୍ଡ ଗୁଳି ଚାଳନା କରିଥିଲେ।  ଗୁଳି ମନୋରଞ୍ଜନଙ୍କ ଘର କବାଟ ଏବଂ କାନ୍ଥରେ ବାଜିଥିଲା। ତେବେ ଏଥିରେ କେହି ଆହତ ହୋଇନଥିଲେ। ଏହି ଘଟଣାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଥିଲେ। ଏବେ ପୁନର୍ବାର ମନୋରଞ୍ଜନଙ୍କ ଉପରକୁ ଆକ୍ରମଣ ହୋଇଥିବାରୁ ଏହା ରାଜନୈତିକ ଶତ୍ରୁତା କାରଣରୁ ହୋଇଥିବା ଚର୍ଚ୍ଚା ହେଉଛି। ତେବେ ମାମଲାର ତଦନ୍ତ ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି ।



from Kanak News https://ift.tt/2mvikpX https://ift.tt/2mjPo4s
ବିଜେପୁର ଉପନିର୍ବାଚନ ପୂର୍ବରୁ ପୁଣି ହିଂସାକାଣ୍ଡ। ବିଜେପି କର୍ମୀ ମନୋରଞ୍ଜନ ମେହେରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି Kanak News ବିଜେପୁର ଉପନିର୍ବାଚନ ପୂର୍ବରୁ ପୁଣି ହିଂସାକାଣ୍ଡ। ବିଜେପି କର୍ମୀ ମନୋରଞ୍ଜନ ମେହେରଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ। ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି Kanak News Reviewed by SUBHENDU BARAL on September 27, 2019 Rating: 5

No comments:

Powered by Blogger.