ଦଲାଲଙ୍କୁ ନିସ୍ତାର ନାହିଁ । ପୋଲିସ କରିଛି ବ୍ଲୁ ପ୍ରିଣ୍ଟ , ୧୭ ଜିଲ୍ଲାରୁ ଗିରଫ ହେଲେଣି ୭୫ ଦଲାଲ Kanak News

କନକ ବ୍ୟୁରୋ : ପୁଲିସ ବିଭାଗ ଟାର୍ଗେଟରେ ରାଜ୍ୟର ଆରଟିଓ ଓ ହସ୍ପିଟାଲ୍କୁ କବଜା କରିଥିବା ଦଲାଲ। ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୭୫ ଜଣ ଦଲାଲଙ୍କୁ ୧୭ଟି ଜିଲ୍ଲା ପୁଲିସ ଗିରଫ କରିଛି। ଆରଟିଓରୁ ୪୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ହସ୍ପିଟାଲ୍ରୁ ୩୧ ଜଣଙ୍କୁ ଗିରଫ କରାଯାଇଥିବା ପୁଲିସ ମୁଖ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ଏବେ ଆରଟିଓ ସମେତ ଅଧିକା˚ଶ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ର ଦଲାଲଙ୍କ କବଜାରେ। ଘରୋଇ ନର୍ସି˚ହୋମ୍ଗୁଡ଼ିକୁ ଦଲାଲମାନେ ରୋଗୀଙ୍କୁ ପଠାଉଥିବା ନେଇ ଦୀର୍ଘ ଦିନରୁ ଯେଉଁ ଅଭିଯୋଗ ଆସୁଥିଲା, ତା ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି ପୁଲିସ ବିଭାଗ। ପୂର୍ବରୁ ରାଜ୍ୟରେ ୮ଟି ଜିଲ୍ଲାରୁ ୩୦ ଜଣ ଦଲାଲଙ୍କୁ ଗିରଫ କରାଯାଇଥିଲା।  ଯାଜପୁର, କେନ୍ଦ୍ରାପଡ଼ା, ଜଗତସି˚ହପୁର, ଗଞ୍ଜାମ, ବ୍ରହ୍ମପୁର, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ସୋନପୁର, ଅନୁଗୁଳ, ଢେଙ୍କାନାଳ, ଦେଓଗଡ଼, କେନ୍ଦୁଝର, ରାଉରକେଲା, ବାଲେଶ୍ବର, ଭଦ୍ରକ ଏବ˚ ମୟୂରଭଞ୍ଜ ଜିଲ୍ଲାରୁ ଦଲାଲଙ୍କୁ ଗିରଫ କରାଯାଇଛି।

ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ ୯ଜଣଙ୍କୁ ଗିରଫ କରାଯାଇଛି। ଦଲାଲଙ୍କ ସହିତ ନର୍ସି˚ହୋମ୍ ମାଲିକ, ଡାଇଗ୍ନୋଷ୍ଟିକ୍ ସେଣ୍ଟର ମାଲିକ, ଡାକ୍ତରଙ୍କ ଭୂମିକା ବି ସନ୍ଦେହରେ ରହୁଥିବା କୁହାଯାଉଛି। ସେମାନଙ୍କ ବିରୋଧରେ ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପ୍ରମାଣ ଯୋଗାଡ଼ କରିବାକୁ କୁହାଯାଇଛି। ଡିସିପି/ଏସପିଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଦଲାଲଙ୍କୁ ଗିରଫଦାରୀ ପାଇଁ ପୁଲିସ ଅଫିସରଙ୍କ ଅଭିଯାନ ଜାରି ରଖିବାକୁ ପୁଲିସ ଡିଜି ବିଜୟ କୁମାର ଶର୍ମା ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ଡିସିପି/ଏସପିମାନେ ନିୟମିତ ଭାବେ କାର୍ଯ୍ୟାନୁଷ୍ଠାନ ସ˚କ୍ରାନ୍ତ ରିପୋର୍ଟ ଡିଜିପିଙ୍କ ନିକଟରେ ଦାଖଲ କରିବାକୁ କୁହାଯାଇଥିବା ସୂଚନା ମିଳିଛି।



from Kanak News https://ift.tt/2nr2QTX https://ift.tt/2nhCmo1
ଦଲାଲଙ୍କୁ ନିସ୍ତାର ନାହିଁ । ପୋଲିସ କରିଛି ବ୍ଲୁ ପ୍ରିଣ୍ଟ , ୧୭ ଜିଲ୍ଲାରୁ ଗିରଫ ହେଲେଣି ୭୫ ଦଲାଲ Kanak News ଦଲାଲଙ୍କୁ ନିସ୍ତାର ନାହିଁ । ପୋଲିସ କରିଛି ବ୍ଲୁ ପ୍ରିଣ୍ଟ , ୧୭ ଜିଲ୍ଲାରୁ ଗିରଫ ହେଲେଣି ୭୫ ଦଲାଲ Kanak News Reviewed by SUBHENDU BARAL on September 27, 2019 Rating: 5

No comments:

Powered by Blogger.