କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର : ପୋଲିସ ଗୁଳିରେ ଜଣେ ଅପରାଧୀ ଗୁରୁତର, ୪ ଫେରାର

କେନ୍ଦ୍ରାପଡା ୨୮।୯: କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର । ଗରାପୁର ଭିଜିଲାନ୍ସ ଅଫିସ୍‌ ନିକଟରେ ପୋଲିସର ଏନକାଉଣ୍ଟର ହୋଇଛି । ପୋଲିସ ଓ ଡକାୟତି ଦଳ ମଧ୍ୟରେ ଗୁଳି ବିନିମୟ ହୋଇଛି । ପୋଲିସ ଗୁଳିରେ ଜଣେ ଗୁରୁତର ହୋଇଥିବାବେଳେ ୪ ଜଣ ଫେରାର୍‌ ହୋଇଯାଇଛନ୍ତି ।

ଗୁରୁତର ଡକାୟତ ହୃଷିକେଶ ମଲ୍ଲିକକୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଳି ଜୁଆଁଣିଆ ଅଞ୍ଚଳରେ ଜଣଙ୍କ ଘରୁ ଡକାୟତି କରି ଫେରାର୍ ହେଉଥିଲେ ଗ୍ୟାଙ୍ଗ୍‌ । ସେମାନଙ୍କ ନିକଟରୁ OD02Y-1821 ନମ୍ବର ବିଶିଷ୍ଟ ଇଣ୍ଡିଗୋ ଗାଡି ଜବତ ହୋଇଛି ।



from Prameya News7 https://ift.tt/2mjBmjj
କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର : ପୋଲିସ ଗୁଳିରେ ଜଣେ ଅପରାଧୀ ଗୁରୁତର, ୪ ଫେରାର କେନ୍ଦ୍ରାପଡାରେ ଏନ୍‌କାଉଣ୍ଟର : ପୋଲିସ ଗୁଳିରେ ଜଣେ ଅପରାଧୀ ଗୁରୁତର, ୪ ଫେରାର Reviewed by SUBHENDU BARAL on September 27, 2019 Rating: 5

No comments:

Powered by Blogger.