
କନକ ବ୍ୟୁରୋ : ସ୍ୱାସ୍ଥ୍ୟ ହିଁ ସମ୍ପଦ । ସମସ୍ତଙ୍କ ପାଇଁ ସୁସ୍ଥ ଶରୀର ଜରୁରୀ । ନିଜ ପାଇଁ ଦିନକୁ ଅତି କମରେ ଅଧ ଘଂଟା ସମୟ ବାହାର କରି ବ୍ୟାୟାମ କରିବା ଆବଶ୍ୟକ । ଯୋଗ ଏବଂ ବ୍ୟାୟାମ କରନ୍ତୁ ଏବଂ ଫିଟ ରୁହନ୍ତୁ । ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଶରୀର ପାଇଁ ଉପାଦେୟ ଖାଦ୍ୟ ଯେତିକି ଜରୁରୀ ସେତିକି ଜରୁରୀ ବ୍ୟାୟାମ । ପ୍ରତି ଦିନ ବ୍ୟାୟାମ ସହ ଅଳ୍ପ ସମୟ ଦୌଡିଲେ ହୃଦୟ ସୁସ୍ଥ ରହେ । ସୁସ୍ଥ ହୃଦୟ ହିଁ ସୁସ୍ଥ ଶରୀରର ଏକମାତ୍ର ମାପକାଠି । ବିଶ୍ୱ ହୃତପିଣ୍ଡ ଦିବସ ଦିବସ ଅବସରରେ ସମ୍ବାଦ ଓ କନକ ନ୍ୟୁଜ୍ ପକ୍ଷରୁ ୫କିଲୋମିଟର ବ୍ୟାପୀ ଗଣଦୌଡ ଅନୁଷ୍ଠିତ ହେଉଛି ।

from Kanak News https://ift.tt/2m3zdrM https://ift.tt/2o85cHN
No comments: