ଦଲାଲମୁକ୍ତ ଆରଟିଓ ଅଭିଯାନ: ଆଉ କାଗଜପତ୍ର କାରବାର ନାହିଁ, ପେପରଲେସ୍ ହେବ ଆରଟିଓ ଅଫିସ Kanak News

କନକ ବ୍ୟୁରୋ: ଆଉ କାଗଜପତ୍ର କାରବାର ନାହିଁ। ପେପରଲେସ୍ ହେବ ଆରଟିଓ ଅଫିସ। ଏଣିକି ସବୁ ଆବେଦନ ଅନଲାଇନରେ ହେବ। ଆରଟିଓରୁ ଦଲାଲମାନଙ୍କୁ ହଟାଇବା ପାଇଁ ଏଭଳି ବ୍ୟବସ୍ଥା ହୋଇଛି। ଲୋକମାନେ ଅନଲାଇନରେ ଆବେଦନ କରି ଆବେଦନପତ୍ରର ନକଲ ସହ ଆକ୍ନଲେଜମେଣ୍ଟ ରସିଦ୍, ଆଧାର କାର୍ଡ, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର, ବ୍ଲଡ୍ଗ୍ରୁପ୍ ପ୍ରମାଣପତ୍ର ସାଙ୍ଗରେ ଧରି ଆସିବା ପାଇଁ କୁହାଯାଇଛି। ଲାଇସେନ୍ସ ଓ ଅନ୍ୟାନ୍ୟ ପ୍ରମାଣପତ୍ର ପାଇଁ ସରକାରୀ ଦେୟ ବାବଦରେ ବଡ଼ ବଡ଼ ହୋର୍ଡିଂ ଲାଗିଛି। ଦୁଇଦିନ ହେବ ଉଭୟ ଆରଟିଓ ପରିସର ଦଲାଲ୍ମୁକ୍ତ ଥିବା ପରିଲକ୍ଷିତ ହୋଇଛି।

ଅନ୍ୟପଟେ ଦଲାଲ୍ ଚାଲିଯିବା ପରେ ଲୋକମାନଙ୍କୁ ସମସ୍ୟା ହୋଇଛି। ଉପଯୁକ୍ତ ସୂଚନା ଅଭାବରୁ ଲୋକମାନେ ବାରଦୁଆର ହେଉଛନ୍ତି। ଆରଟିଓ-୧ ଅଫିସରେ ଅନଲାଇନ୍ ଆବେଦନ କରିବା ପାଇଁ ବ୍ୟବସ୍ଥା ନାହିଁ। କିଓସ୍କ ଥିଲେ ମଧ୍ୟ ପ୍ରିଣ୍ଟ ଆଉଟ୍ ପାଇଁ ବ୍ୟବସ୍ଥା ନଥିବାରୁ ଲୋକେ ହଇରାଣ ହେଉଛନ୍ତି। ଅନେକେ ଅନଲାଇନ୍ ଆବେଦନରେ ଅଭ୍ୟସ୍ତ ନଥିବାରୁ ଆରଟିଓ ପରିସରରୁ ହଟି ଦୂରରେ ବସିଥିବା ଦଲାଲଙ୍କ ସହାୟତା ନେଉଥିବା ଦେଖିବାକୁ ମିଳୁଛି। ଆରଟିଓ-୧ ଅଧୀନରେ ବନ୍ଦ ହୋଇ ଯାଇଥିବା ଦୁଇ ଲର୍ଣ୍ଣର୍ସ ଲାଇସେନ୍ସ ପ୍ରସ୍ତୁତ କ୍ୟାମ୍ପ ଅଫିସକୁ ପୁଣି ଥରେ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି। ଆଜି ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ସହିଦ ନଗର ବିଏମସି ୱାର୍ଡ ଅଫିସ୍ ଓ ଏଜି ଛକରେ ଥିବା ଓଏସଆରଟିସି ଅଫିସ୍ ପରିସରରେ ଏହି କ୍ୟାମ୍ପ ଖୋଲିବାକୁ ନୋଟିସ୍ ଜାରି ହୋଇଛି। ସକାଳ ୧୦ଟାରୁ ଅପରାହ୍ଣ ୫ଟା ପର୍ଯ୍ୟନ୍ତ ଏହି ଅଫିସ୍ କାମ କରିବ।



from Kanak News https://ift.tt/2m96S39 https://ift.tt/2okGrIu
ଦଲାଲମୁକ୍ତ ଆରଟିଓ ଅଭିଯାନ: ଆଉ କାଗଜପତ୍ର କାରବାର ନାହିଁ, ପେପରଲେସ୍ ହେବ ଆରଟିଓ ଅଫିସ Kanak News ଦଲାଲମୁକ୍ତ ଆରଟିଓ ଅଭିଯାନ: ଆଉ କାଗଜପତ୍ର କାରବାର ନାହିଁ, ପେପରଲେସ୍ ହେବ ଆରଟିଓ ଅଫିସ Kanak News Reviewed by SUBHENDU BARAL on September 29, 2019 Rating: 5

No comments:

Powered by Blogger.