HSRP କଟକଣାକୁ ମାସେ କୋହଳ କଲେ ସରକାର OTV KHABAR BUREAU

ଭୁବନେଶ୍ୱର: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ କଟକଣାକୁ ୧ ମାସ କୋହଳ କରିଛନ୍ତି ରାଜ୍ୟ ସରକାର।  ଆଜିଠାରୁ ଏହି ନିୟମ ଲାଗୁ ହେବାର ଥିଲା। କିନ୍ତୁ ଏହାକୁ ଚଳିତମାସ ୩୧ ତାରିଖ ଯାଏ କୋହଳ କରାଯାଇଛି।

ପୂଜା ଅବକାଶ ପାଇଁ କଟକଣା କୋହଳ କରିଥିବା ସରକାର ସ୍ପଷ୍ଟ କରିଛନ୍ତି। ତେବେ ଏହି ମାସେ ଭିତରେ କିଣା ଯାଇଥିବା ଗାଡ଼ିକୁ ସଂପୃକ୍ତ ଡିଲର ଅଣ HSRP ପ୍ଲେଟ୍ କାଢ଼ି HSRP ପ୍ଲେଟ୍ ଦେବେ। ଯଦି ଡିଲର ଧାର୍ଯ୍ୟ ସମୟ ଭିତରେ HSRP ପ୍ଲେଟ୍ ନ ଦିଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛି।

HSRP ବିନା ଗାଡ଼ି କ୍ରେତାଙ୍କୁ ସ୍ମାର୍ଟ କାର୍ଡ RC ମିଳିପାରିବ ନାହିଁ ବୋଲି ମଧ୍ୟ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି।  ସେପଟେ ରାଜ୍ୟରେ କେବଳ ସେମ୍ବେରରେ ୧.୨୩ ଲକ୍ଷ ଲର୍ଣ୍ଣର ଲାଇସେନ୍ସ ଦିଆଯାଇଥିବା ପରିବହନ ବିଭାଗ ସୂଚନା ଦେଇଛି। ତେବେ କେବଳ ଭୁବନେଶ୍ୱରରେ ୨୪ ହଜାର ଲାଇସେନ୍ସ ଦିଆଯାଇଛି। ଗତ ୨୦୧୮ରେ ଗୋଟିଏ ବର୍ଷରେ ସାରା ରାଜ୍ୟରେ କେବଳ ୩.୩୫ ଲକ୍ଷ ଲର୍ଣ୍ଣର ଲାଇସେନ୍ସ ପ୍ରଦାନ କରାଯାଇଥିଲା।

ଅନ୍ୟପଟେ ଦଲାଲ ଧରପଗଡ଼ ଅଭିଯାନରେ ଗତକାଲି ସାରା ରାଜ୍ୟରୁ ୨୬ ଦଲାଲଙ୍କୁ ଗିରଫ କରାଯାଇଛି।  ସେମାନଙ୍କ ମଧ୍ୟରୁ ୧୮ ଜଣ ଆରଟିଓ ଦଲାଲ ହୋଇଥିବା ବେଳେ ୮ଜଣ ମେଡିକାଲ ଦଲାଲ ଅଛନ୍ତି। ତେବେ ଭୁବନେଶ୍ୱରରୁ ସର୍ବାଧିକ ୮ଜଣ ଆରଟିଓ ଦଲାଲ ଗିରଫ ହୋଇଥିବା ପୁଲିସ ସୂଚନା ଦେଇଛି।



from OTV Khabar. https://ift.tt/2nZ4Za3
HSRP କଟକଣାକୁ ମାସେ କୋହଳ କଲେ ସରକାର OTV KHABAR BUREAU HSRP କଟକଣାକୁ ମାସେ କୋହଳ କଲେ ସରକାର OTV KHABAR BUREAU Reviewed by SUBHENDU BARAL on September 30, 2019 Rating: 5

No comments:

Powered by Blogger.