ରୋଷେଇ ବେଳେ ଫାଟିଲା ଷ୍ଟୋଭ୍; ୪ ଗୁରୁତର OTV KHABAR BUREAU

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ରୋଷେଇ ବେଳେ ଷ୍ଟୋଭ୍ ଫାଟିଯିବାରୁ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇଛନ୍ତି। ଗତ ସନ୍ଧ୍ୟାରେ ଘଟିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅନ୍ତର୍ଗତ କଲେଜ ଛକ ନିକଟରେ ଏଭଳି ଦୁର୍ଘଟଣା ଘଟିଛି। ଗୁରୁତରମାନେ ହେଲେ ଭୈରବ ସାତକୁରିଆ, ପତ୍ନୀ ପଦ୍ମା ସାତକୁରିଆ, ଝିଅ ଦିବ୍ୟା ସାତକୁରିଆ(୩) ଓ ପୁଅ ଆୟୁସ ସାତକରିଆ (ଦେଢ଼ବର୍ଷ)।

ସୂଚନାଅନୁସାରେ, ପଦ୍ମା ରୋଷେଇ କରିବା ବେଳେ ଷ୍ଟୋଭ୍‌ଟି ହଠାତ୍ ଫାଟି ଯାଇଥିଲା। ଫଳରେ ନିକଟରେ ଥିବା ଭୈରବ ଓ ତାଙ୍କ ଦୁଇ ଛୁଆ ଆହତ ହୋଇଥିଲେ। ସମସ୍ତଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବଲାଙ୍ଗିର ମେଡିକାଲ୍‌କୁ  ସ୍ଥାନାନ୍ତର କରାଯାଇଛି।  ତେବେ ପଦ୍ମା ଓ ତାଙ୍କ ପୁଅ ଆୟୁସର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।



from OTV Khabar. https://ift.tt/2mx4ROC
ରୋଷେଇ ବେଳେ ଫାଟିଲା ଷ୍ଟୋଭ୍; ୪ ଗୁରୁତର OTV KHABAR BUREAU ରୋଷେଇ ବେଳେ ଫାଟିଲା ଷ୍ଟୋଭ୍; ୪ ଗୁରୁତର OTV KHABAR BUREAU Reviewed by SUBHENDU BARAL on September 30, 2019 Rating: 5

No comments:

Powered by Blogger.