ମହାନଦୀ ଜଳ ବିବାଦ : ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି

ନୂଆଦିଲ୍ଲୀ ୨୮।୯: ଆଜି ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ହେବ। ଜଷ୍ଟିସ ଏ ଏମ ଖାନୱାଲିକରଙ୍କ ଗଠିତ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ।

ତେବେ ଶୁଣାଣି ପୂର୍ବରୁ ଗତକାଲି ଓଡିଶା ଓ ଛତିଶଗଡର ବୈଷୟିକ ଟିମ୍ ଏବଂ ଆଡଭୋକେଟ ଜେନେରାଲ ଓଡିଶା ଭବନରେ ଆପୋଷ ଆଲୋଚନା କରିଥିଲେ। ଆଜି ଆଲୋଚନାର ନିଷ୍କର୍ସ ବିଷୟରେ ଟ୍ରିବ୍ୟୁନାଲକୁ ଅବଗତ କରାଇବେ ଦୁଇ ପକ୍ଷ । ତେବେ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ ଅନୁସାରେ ଦୁଇ ରାଜ୍ୟ ସତ୍ୟପାଠ ମାଧ୍ୟମରେ ନିଜ ନିଜର ପକ୍ଷ ଟ୍ରିବ୍ୟୁନାଲକୁ ଜଣାଇଛନ୍ତି। ଗତ ଅଗଷ୍ଟ ୩ର ଶୁଣାଣିରେ ଓଡ଼ିଶାର ଅନ୍ତରୀଣ ଆବେଦନର ଶୁଣାଣି ଶେଷ କରିଥିଲେ ଟ୍ରିବ୍ୟୁନାଲ।



from Prameya News7 https://ift.tt/2lMhPrf
ମହାନଦୀ ଜଳ ବିବାଦ : ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି ମହାନଦୀ ଜଳ ବିବାଦ : ଆଜି ଟ୍ରିବ୍ୟୁନାଲରେ ହେବ ଶୁଣାଣି Reviewed by SUBHENDU BARAL on September 27, 2019 Rating: 5

No comments:

Powered by Blogger.