ସିଏମ୍ ମନୋହରଲାଲଙ୍କ ବିରୋଧରେ ଲଢିବେ ବିଏସ୍ ଏଫ ଯବାନ ବାହାଦୁର ସିଂହ

ନୂଆଦିଲ୍ଲୀ ୩୦/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବାରାଣସୀରେ ନିର୍ବାଚନ ଲଢ଼ି ଚର୍ଚ୍ଚାକୁ ଆସିଥିବା ପୂର୍ବତନ ବିଏସ୍ ଏଫ୍  ଯବାନ ତେଜ୍ ବାହାଦୁର ଯାଦବ ଏବେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ ପାଗ ଭିଡ଼ିଛନ୍ତି।

ହରିୟାଣାର ମହେନ୍ଦ୍ରଗଡ଼ ଜିଲ୍ଲାର ତେଜ ବାହଦୁର ଜନନାୟକ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ପାର୍ଟି ସୁପ୍ରିମୋ ଦୁଷ୍ୟନ୍ତ ଚୌତାଲା ତାଙ୍କୁ କର୍ଣ୍ଣାଲ ଆସନରୁ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରାର୍ଥୀ କରାଯିବ ବୋଲି ରବିବାର ଘୋଷଣା କରିଛନ୍ତି। ସେନାରେ ଥିବା ବେଳେ ତେଜ ବାହାଦୁର ଏକ ଭିଡିଓ ମାଧ୍ୟମରେ ଯବାନଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ଆଣିଥିଲେ ।

ଏଥିପାଇଁ ୨୦୧୭ରେ ଚାକିରିରୁ ବହିଷ୍କୃତ ହୋଇଛନ୍ତି। ନିର୍ବାଚନରେ ସେ ହରିୟାଣାର ବେକାରୀ ସମସ୍ୟାକୁ ପ୍ରସଙ୍ଗ କରିବେ ବୋଲି କହିଛନ୍ତି। ବାରାଣସୀରେ ମୋଦୀଙ୍କ ବିପକ୍ଷରେ ନିର୍ବାଚନ ଲଢିବାକୁ ଯାଦବ ପ୍ରାର୍ଥିପତ୍ର ଦାଖଲ କରିଥିଲେ ମଧ୍ୟ ନିର୍ବାଚନ କମିସନ ତାଙ୍କ ପ୍ରାର୍ଥିପତ୍ରକୁ ରଦ୍ଦ କରିଥିଲେ।



from Prameya News7 https://ift.tt/2oufdiT
ସିଏମ୍ ମନୋହରଲାଲଙ୍କ ବିରୋଧରେ ଲଢିବେ ବିଏସ୍ ଏଫ ଯବାନ ବାହାଦୁର ସିଂହ ସିଏମ୍ ମନୋହରଲାଲଙ୍କ ବିରୋଧରେ ଲଢିବେ ବିଏସ୍ ଏଫ ଯବାନ ବାହାଦୁର ସିଂହ Reviewed by SUBHENDU BARAL on September 29, 2019 Rating: 5

No comments:

Powered by Blogger.