ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୫ବଖରା, ଗାଈ ଓ କୁକୁଡା ଜୀବନ୍ତ ଦଗ୍ଧ

ଭଦ୍ରକ ୨୮।୯: ଭଦ୍ରକ ଗ୍ରାମାଞ୍ଚଳ ଥାନା ମାଳିଅରୁଆ ଗାଁରେ ଅଗ୍ନିକାଣ୍ଡ ହୋଇଛି । ଅଗ୍ନିକାଣ୍ଡ ଫଳରେ ଜଳିଯାଇଛି ୫ ବଖରା ଘର । ଏହାସହ ନିଆଁରେ ଗୋଟିଏ ଗାଈ ଓ କିଛି କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ବିଭିନ୍ନ ଆସବାବପତ୍ର ଓ ନଗଦ ଟଙ୍କା ମଧ୍ୟ ପୋଡି ଯାଇଛି । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ କରିଛି ।



from Prameya News7 https://ift.tt/2mwHAMu
ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୫ବଖରା, ଗାଈ ଓ କୁକୁଡା ଜୀବନ୍ତ ଦଗ୍ଧ ଭୟାବହ ଅଗ୍ନିକାଣ୍ଡ : ଜଳିଗଲା ୫ବଖରା, ଗାଈ ଓ କୁକୁଡା ଜୀବନ୍ତ ଦଗ୍ଧ Reviewed by SUBHENDU BARAL on September 27, 2019 Rating: 5

No comments:

Powered by Blogger.