ନୂଆଦିଲ୍ଲୀ ୧।୧୦: ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ମାମଲାରେ ଆଜିଠୁ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଜମ୍ମୁ-କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦକୁ ଚ୍ୟାଲେଞ୍ଜ୍ କରି ସୁପ୍ରିମକୋର୍ଟରେ ଆଗତ କେତେକ ପିଟିସନ୍କୁ ଖଣ୍ଡପୀଠ ସାମ୍ବିଧାନିକ ବେଞ୍ଚ୍ ନିକଟକୁ ପଠାଇଛନ୍ତି । ଏହି ଆବେଦନଗୁଡ଼ିକ ଉପରେ ଆଜିଠୁ ଶୁଣାଣି ହେବ ।
ଜଷ୍ଟିସ ଏନ.ଭି ରମନ୍ନାଙ୍କ ଅଧକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଅନ୍ୟ ୪ ଜଣଙ୍କ ଭିତରେ ଜଷ୍ଟିସ ଏସ.କେ. କୌଲ, ଜଷ୍ଟିସ୍ ଆର. ସୁବାସ ରେଡ୍ଡୀ, ଜଷ୍ଟିସ୍ ବି.ଆର. ଗଓ୍ବାଇ ଏବଂ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ଖଣ୍ଡପୀଠରେ ସାମିଲ ଅଛନ୍ତି । ଏହି ଖଣ୍ଡପୀଠ ୩୭୦ ହଟାଇବାର ସମ୍ବିଧାନିକ ବୈଧତା ଏବଂ ଏହା ଉପରେ ଜାରି ହୋଇଥିବା ରାଷ୍ଟ୍ରପତିଙ୍କ ଆଦେଶର ବୈଧତା ଉପରେ ଶୁଣାଣି କରିବେ। ଧାରା ୩୭୦ ଉଛେଦ, ଜମ୍ମୁକାଶ୍ମୀର ଓ ଲଦାଖକୁ ୨ଟି କେନ୍ଦ୍ର ଶାସିତ ରାଜ୍ୟରେ ପରିଣତ କରିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ୍ କରି ଅନେକ ପିଟିସନ୍ ଦାଖଲ କରାଯାଇଛି।
ଏହି ସବୁ ମାମଲାର ଶୁଣାଣି କରିବାକୁ ଗତ ଅଗଷ୍ଟ ୨୮ରେ ରାଜି ହୋଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏହି ମାମଲା ଗୁଡିକର ଶୁଣାଣି କରି ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ମାମଲାକୁ ୫ ଜଣିଆ ଖଣ୍ଡପୀଠକୁ ସ୍ଥାନାନ୍ତରିତ କରିଥିଲେ। ଏହା ସହ ଜମ୍ମୁ କାଶ୍ମୀରରେ ଦୂରସଂଚାର ବ୍ୟବସ୍ଥାର ବନ୍ଦ ନେଇ ଜାମ୍ମୁ କାଶ୍ମୀର ପ୍ରସାଶନ ଓ କେନ୍ଦ୍ର ସରକାରକୁ ନୋଟିସ୍ ଜାରି କରିଥିଲେ । ଏବଂ ଏହାର ଜବାବ ୭ ଦିନ ଭିତରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସିଜେଆଇ ।
from Prameya News7 https://ift.tt/2mp9nOW
No comments: