ମୁମ୍ବାଇ୩୦|୯: ବଲିଉଡ ଅଭିନେତା ଶାହରୁଖ ଖାନ, ସଲମାନ ଖାନ ଓ ଆମୀର ଖାନଙ୍କ ନାଁ ଶୁଣିଲେ ଲୋକେ ସୁପରହିଟ୍ ଓ ବ୍ରାଣ୍ଡ ବୋଲି କୁହନ୍ତି। ଏହି ଅଭିନେତାମାନେ ନିଜ କଠିନ ପରିଶ୍ରମ ଦ୍ବାରା ଆଜି ଏଭଳି ସ୍ଥାନରେ ପହଞ୍ଚିପାରିଛନ୍ତି। ୯୦ ଦଶକରୁ ସିନେମା ଇଣ୍ଡଷ୍ଟ୍ରିରେ ରାଜ କରୁଥିବା ଏହି ଅଭିନେତାମାନଙ୍କ କ୍ରେଜ୍ ଆଜି ମଧ୍ୟ ଦର୍ଶକଙ୍କ ମଧ୍ୟରେ ବହୁ ମାତ୍ରାରେ ଦେଖିବାକୁ ମିଳେ।
ଏମାନଙ୍କ ଆରମ୍ଭ ମଧ୍ୟ ସେତିକି କଷ୍ଟ ଥିଲା ଯେମିତି ଆଜିକାଲିର ଷ୍ଟାରମାନଙ୍କ ପାଇଁ ହୋଇଛି। ଅନେକ କାମ କରି ସେମାନେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି। ଏହି ଅଭିନେତାଙ୍କ ଫ୍ୟାନ୍ସ କେବଳ ଭାରତ ନୁହେଁ ବରଂ ସମଗ୍ର ବିଶ୍ବରେ ଦେଖିବାକୁ ମିଳେ। ତେବେ ଆଜିକାଲି ଅଭିନେତାଙ୍କ ମଧ୍ୟରୁ କିଛି ଏମିତି ଅଭିନେତା ଅଛନ୍ତି ଯେଉଁମାନେ ଆଗକୁ ଯାଇ ଏହି ୩ଜଣ ଖାନଙ୍କ ସ୍ଥାନ ନେଇପାରିବେ।

୧- ଆୟୁଷ୍ମାନ ଖୁରାନା
ଆୟୁଷ୍ମାନ ଖୁରାନା ବଲିଉଡର ଜଣେ ମଲ୍ଟିଟ୍ୟାଲେଣ୍ଟେଡ୍ ଅଭିନେତା ।ସେ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍ ଫିଲ୍ମ ଦେଇସାରିଛନ୍ତି। ନିକଟରେ ରିଲିଜ ହୋଇଥିବା ଆୟୁଷ୍ମାନଙ୍କ ଫିଲ୍ମ “ଡ୍ରିମ୍ ଗାର୍ଲ” ବକ୍ସ ଅଫିସ୍ରେ ଧମାଲ କରିଛି। ଏହା ପୂର୍ବରୁ ସେ ଅନ୍ଧାଧୁନ୍ ଓ ବଧାଇ ହୋ ଭଳି ସୁପରହିଟ୍ ଫିଲ୍ମରେ ଅଭିନୟ କରିସାରିଛନ୍ତି। ଲକ୍ଷ ଲକ୍ଷ ଝିଅ ଆୟୁଷ୍ମାନଙ୍କ ପାଇଁ ପାଗଳ। ତାଙ୍କ ସଫଳତା ଦେଖି ଅନୁମାନ କରାଯାଉଛି ଯେ, ବଲିଉଡର ଆଗାମୀ ଶାହରୁଖ ଖାନ ହେଉଛନ୍ତି ଆୟୁଷ୍ମାନ ।

୨- ରାଜକୁମାର ରାଓ
ରାଜକୁମାର ରାଓ ତାଙ୍କ ଅଭିନୟ ଦ୍ବାରା ବଲିଉଡରେ ନିଜର ଏକ ଖାସ ପରିଚୟ ଓ ବ୍ୟକ୍ତିତ୍ବ ତିଆରି କରିଛନ୍ତି। ସେ ସବୁବେଳେ କିଛି ଭିନ୍ନ ପ୍ରକାରର ଫିଲ୍ମରେ କରନ୍ତି। ତାଙ୍କର ସବୁ ଜିନିଷ ହଟ୍କେ ଥାଏ। ସାଧାରଣ ବେଶରେ ବଲିଉଡରେ ପାଦ ଦେଇଥିବା ଯୁବକ ଏଭଳି ଦମଦାର ପ୍ରଦର୍ଶନ ଦେବେ ତାହା କେହି ଜାଣିନଥିଲେ। ତାଙ୍କର ଭିନ୍ନ ପ୍ରତିଭା ଯୋଗୁଁ ସେ ଆହୁରି ଆଗକୁ ବଢି ସଫଳତା ହାସଲ କରିବେ। ନିକଟରେ ରାଜକୁମାରଙ୍କର ରିଲିଜ ହେଇଥିବା ଫିଲ୍ମ “ସ୍ତ୍ରୀ” ସୁପରହିଟ୍ ହୋଇଥିଲା ଓ ଏହା ବକ୍ସଅଫିସରେ ଖୁବ ଭଲ ଆୟ କରିଥିଲା। ଏହା ଦେଖି କୁହାଯାଉଛି ଯେ, ରାଜକୁମାର ବଲିୁଡର ଆଗାମୀ ଆମୀର ଖାନ।

୩- କାର୍ତ୍ତିକ ଆର୍ଯ୍ୟନ
ବଲିଉଡ ଷ୍ଟାର କାର୍ତ୍ତିକ ଆର୍ଯ୍ୟନ ଏବେ ପ୍ରତ୍ୟେକ ଝିଅଙ୍କ ଦିଲରେ ରାଜ କରନ୍ତି। ରିପୋର୍ଟ ଅନୁସାରେ କାର୍ତ୍ତିକଙ୍କର ଆଗାମୀ ଫିଲ୍ମ “ପତି ପତ୍ନୀ ଔର ୱୋ” ଖୁବ୍ ଶୀଘ୍ର ମୁକ୍ତିଲାଭ କରିବ। କାର୍ତ୍ତିକଙ୍କ ଅଭିନୟ ଯୋଗୁଁ ସେ ଆଜି ଏଭଳି ସଫଳତା ହାସଲ କରିପାରିଛନ୍ତି। ପ୍ୟାର କା ପଞ୍ଚନାମା ଫିଲ୍ମରେ ଅଭିନୟ କରିବାପରଠୁ ସେ ଯୁବପିଢୀଙ୍କ ମଧ୍ୟରେ ବେଶ ପ୍ରସିଦ୍ଧ ହୋଇଥିଲେ। ଏବେ କାର୍ତ୍ତିକ ବଲିଉଡର ଜଣେ ପ୍ରତିଷ୍ଠିତ ଅଭିନେତା ଯିଏ କମ ଦିନରେ ଅଧିକ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କ ଅଭିନୟ ଓ ସଫଳତାକୁ ଦେଖିଲେ ଲାଗେ ସେ ବଲିଉଡର ଆଗାମୀ ସଲମାନ ଖାନ।
from Prameya News7 https://ift.tt/2mp9xpw
No comments: