କଟକ: କଟକ ଜଗତପୁର ଅଞ୍ଚଳରେ ଏନ୍କାଉଣ୍ଟର। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଓରଫ୍ ଅମିତ୍ ଆହତ ହୋଇଛି। ଗତକାଲି ଜଗତପୁର ପୁଲିସ୍ ଓ ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ଏହି ଏନ୍କାଉଣ୍ଟର କରାଯାଇଛି। ତେବେ ଗୁଳିବିନିମୟ ବେଳେ ଜଗତପୁର IIC ଓ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି।
ଅମିତର ଡାହାଣ ଗୋଡରେ ଗୁଳି ବାଜିଛି। ତାକୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଲିସ୍ ଅମିତ ନିକଟରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି, ୪ଟି କ୍ୟାଟ୍ରିଜ ଓ ଗୋଟିଏ କାର୍ ଜବତ କରିଛି। ତା’ ନାଁରେ ବିଭିନ୍ନ ଥାନାରେ ୧୮ରୁ ଅଧିକ ମାମଲା ରହିଛି।
ଅନ୍ୟପକ୍ଷରେ ଗତକାଲି ଅପରାହ୍ଣରେ କଟକ ଡଗରପଡ଼ାରେ ସିରିଜ୍ ବୋମାମାଡ ହୋଇଥିଲା। ତେବେ ଏଥିରେ କାହାର କିଛି କ୍ଷତି ହୋଇନି। ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟରରେ ଆସି ଜଣେ ବ୍ୟକ୍ତିଙ୍କ ଘର ଉପରକୁ ସିରିଜ ବୋମାମାଡ଼ କରିଥିଲେ।
from OTV Khabar. https://ift.tt/31Tj0EH
କଟକରେ ଏନ୍କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ Rajalaxmi Sahoo
Reviewed by SUBHENDU BARAL
on
August 21, 2019
Rating:
No comments: