ସଙ୍କଟରେ ଗଜରାଜ: ଟ୍ରକ୍‌ ଧକ୍କାରେ ୨ ହାତୀ ମୃତ Rajalaxmi Sahoo

କେନ୍ଦୁଝର(ପ୍ରଣୟ ପାଣି): ସଙ୍କଟରେ ଗଜରାଜ। କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜର ବାଲିଯୋଡ଼ି ନିକଟରେ ଟ୍ରକ୍‌ ଧକ୍କାରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟିଛି। ଏଥିସହ ଆଉ ଗୋଟିଏ ହାତୀ ଗୁରୁତର ଆହତ ହୋଇଛି। ଘଟଣାସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ତଦନ୍ତ କରୁଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ହାତୀପଲ ୨୦ ନମ୍ବର ଜାତୀୟ ରାଜପଥ ପାର୍‌ ହେଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ହାତୀମାନଙ୍କୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।

କିଛି ସମୟ ପରେ ଉକ୍ତ ରାସ୍ତା ଦେଇ ଯାଉଥିବା ଅନ୍ୟ ଏକ ଟ୍ରକ୍ ହାତୀପଲକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।



from OTV Khabar. https://ift.tt/2zdMXD9
ସଙ୍କଟରେ ଗଜରାଜ: ଟ୍ରକ୍‌ ଧକ୍କାରେ ୨ ହାତୀ ମୃତ Rajalaxmi Sahoo ସଙ୍କଟରେ ଗଜରାଜ: ଟ୍ରକ୍‌ ଧକ୍କାରେ ୨ ହାତୀ ମୃତ Rajalaxmi Sahoo Reviewed by SUBHENDU BARAL on August 21, 2019 Rating: 5

No comments:

Powered by Blogger.