ପଦ ସଙ୍କେତ ଉପରେ ଜଳକା, ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍ ବନ୍ଦ ଲାଗି ପ୍ରକିୟା ଆରମ୍ଭ Rajalaxmi Sahoo

ଭୁବନେଶ୍ୱର: ଲଘୁଚାପ ଜନିତ ବର୍ଷା ଯୋଗୁ ବାଲେଶ୍ୱର ଜିଲ୍ଲାର ଜଳକା ନଦୀ ମଥାନି ନିକଟରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବିପଦ ସଙ୍କେତ ୫. ୫ ମିଟର ଥିବାବେଳେ ବର୍ତ୍ତମାନ ମଥାନିଠାରେ ଏହା ୬. ୧୯ ମିଟରରେ ଜଳ ପ୍ରବାହିତ ହେଉଛି। ଫଳରେ ବସ୍ତା ବ୍ଲକର ୩ଟି ପଞ୍ଚାୟତ ଓ ସଦର ବ୍ଲକର ୨ଟି ପଞ୍ଚାୟତ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି। ସେହିପରି ଭଦ୍ରକର ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି।

ସୋମବାର ଦିନ ହୀରାକୁଦ ଡ୍ୟାମ୍‌ର ଆଉ ୭ଟି ଗେଟ୍ ଖୋଲା ଯାଇଥିଲା। ଫଳରେ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିଲା। ତେବେ ଡ୍ୟାମ୍‌ର ୧୦ଟି ଗେଟ୍ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ଗୋଟିଏ ପରେ ଗୋଟିଏ ଗେଟ୍‌କୁ ବନ୍ଦ କରାଯାଉଛି। ଡ୍ୟାମକୁ ଜଳ ପ୍ରବେଶ ପରିମାଣ କମୁଥିବାରୁ ଗେଟ୍ ବନ୍ଦ ଲାଗି ଏହି ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଉପରମୁଣ୍ଡରେ ବର୍ଷା ଯୋଗୁ ରାଉରକେଲା ଶଙ୍ଖ ନଦୀରେ ଥିବା ମନ୍ଦିରା ଡ୍ୟାମର ୧୧ଟି ଗେଟ୍ ଖୋଲା ଯାଇଛି। ଫଳରେ ବ୍ରାହ୍ମଣୀ ନଦୀର ଜଳସ୍ତର ବୃଦ୍ଧି ପାଇବାରୁ ରାଉରକେଲା ସହରର ବାଲୁଘାଟ ଅଞ୍ଚଳରେ ବନ୍ୟାଜଳ ପ୍ରବେଶ କରିଛି। ନଦୀ କୂଳିଆ ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କୁ ମଧ୍ୟ ସତର୍କ କରାଯାଇଛି। 



from OTV Khabar. https://ift.tt/33H3fSZ
ପଦ ସଙ୍କେତ ଉପରେ ଜଳକା, ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍ ବନ୍ଦ ଲାଗି ପ୍ରକିୟା ଆରମ୍ଭ Rajalaxmi Sahoo ପଦ ସଙ୍କେତ ଉପରେ ଜଳକା, ହୀରାକୁଦ ଡ୍ୟାମ୍‌ର ୧୦ଟି ଗେଟ୍ ବନ୍ଦ ଲାଗି ପ୍ରକିୟା ଆରମ୍ଭ Rajalaxmi Sahoo Reviewed by SUBHENDU BARAL on August 19, 2019 Rating: 5

No comments:

Powered by Blogger.