ଯୁବକକୁ ନିସ୍ତୁକ ମାଡ ମାରି ପୋଲିସର ଜିମା ଦେଲେ ଗ୍ରାମବାସୀ

ସୋର ୨୦|୮: ସୋର ମ୍ୟୁନିସିପାଲଟି କମାଣପୁର ଗ୍ରାମର ଜଣେ ଯୁବକଙ୍କୁ ଗ୍ରାମବାସୀମାନେ ରାସ୍ତାରେ ଗୋଡାଇ ଗୋଡାଇ ନିସ୍ତୁକ ମାଡ ମାରିଛନ୍ତି । ପରେ ସୋର ପୋଲିସକୁ ହସ୍ତାନ୍ତର କରିଛନ୍ତି।

ସୂଚନାଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଯୁବକ ଭଜନା ବେହେରା ଅନ୍ୟ ଜଣେ ଯୁବକଙ୍କ ସହିତ ଗ୍ରାମ ରାସ୍ତାରେ ବାଇକକୁ ସ୍ପିଡରେ ଚଳାଇ ଗ୍ରାମବାସୀଙ୍କୁ ଗାଳିଗୁଲଜ ଦେଇ ମାରିଦେବାକୁ ଧମକ ଦେବାରୁ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀମାନେ ମିଳିତ ହୋଇ ଭଜନାକୁ ରାସ୍ତାରେ ଗୋଡାଇ ଗୋଡାଇ ମାଡ ମାରିଥିଲେ । ଭଜନା ସହ ଥିବା ଯୁବକ ଫେରାର ହୋଇଯାଇଥିଲା। ଭଜନାକୁ ଗ୍ରାମବାସୀମାନେ ପୋଲିସକୁ ହସ୍ତାନ୍ତର କରିବା ସହ ଏକ ଅଭିଯୋଗ ଦାଏର କରିଛନ୍ତି।



from Prameya News7 https://ift.tt/2Z4ByVC
ଯୁବକକୁ ନିସ୍ତୁକ ମାଡ ମାରି ପୋଲିସର ଜିମା ଦେଲେ ଗ୍ରାମବାସୀ ଯୁବକକୁ ନିସ୍ତୁକ ମାଡ ମାରି ପୋଲିସର ଜିମା ଦେଲେ ଗ୍ରାମବାସୀ Reviewed by SUBHENDU BARAL on August 19, 2019 Rating: 5

No comments:

Powered by Blogger.