ଭିଏଲ୍‌ଡବ୍ଲ୍ୟୁଙ୍କୁ ମରଣାନ୍ତକ ଆକ୍ରମଣ Rajalaxmi Sahoo

କେନ୍ଦ୍ରାପଡ଼ା(ମନୋଜ ସ୍ୱାଇଁ): ବେଆଇନ୍‌ ଭାବେ ଇନ୍ଦିରା ଆବାସ କରାଇ ଦେବାକୁ ଅରାଜି ହେବାରୁ କେନ୍ଦ୍ରାପଡ଼ା ଜିଲ୍ଲା ଗୋଲର୍ ହାଟ ପଞ୍ଚାୟତର ଭିଲେଜ୍‌ ଲେଭଲ୍‌ ୱାର୍କର୍‌ (ଭିଏଲ୍‌ଡବ୍ଲ୍ୟୁ) ନିହାର ରଞ୍ଜନ ଥାଟୋଇ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ନିହାରଙ୍କ ଅଭିଯୋଗ ଅନୁଯାୟୀ, ଗୋଲର୍ ହାଟ ପଞ୍ଚାୟତର ଜଣେ ବ୍ୟକ୍ତି ଗୋଟିଏ  ଇନ୍ଦିରା ଆବାସ ପାଇଁ ବେଆଇନ୍‌ ଭାବେ ଦୁଇ ଥର ବିଲ୍ କରିବାକୁ ତାଙ୍କୁ କହିଥିଲେ। ଏ ନେଇ ସେ ବାରମ୍ବାର ତାଙ୍କ ଉପରେ ଚାପ ମଧ୍ୟ ପକାଉଥିଲେ। ତେବେ ଏଥିରେ ସେ ବିଫଳ ହେବା ପରେ ଉତ୍ତ୍ୟକ୍ତ ବ୍ୟକ୍ତି ଜଣକ ସୁଯୋଗ ଅପେକ୍ଷାରେ ଥିଲେ। ଗତକାଲି ସେ ଅଫିସ କାମ ସାରି ବିଲ ମୁଗବାଡ଼ି ସ୍ଥିତ ତାଙ୍କ ଘରକୁ ଫେରୁଥିଲେ।  ଛତା ଚ୍ଛକ ଠାରେ ସମ୍ପୃକ୍ତ ବ୍ୟକ୍ତି ଓ ତାଙ୍କର ଅନ୍ୟ ୫ଜଣ ସହଯୋଗୀ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ଡେରାବିଶ ବ୍ଳକ ବିଡିଓ ଗୋପବନ୍ଧୁ ଭୋସାଗର ସ୍ଥାନୀୟ ସଦର୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।



from OTV Khabar. https://ift.tt/2ZaE8ER
ଭିଏଲ୍‌ଡବ୍ଲ୍ୟୁଙ୍କୁ ମରଣାନ୍ତକ ଆକ୍ରମଣ Rajalaxmi Sahoo ଭିଏଲ୍‌ଡବ୍ଲ୍ୟୁଙ୍କୁ ମରଣାନ୍ତକ ଆକ୍ରମଣ Rajalaxmi Sahoo Reviewed by SUBHENDU BARAL on August 19, 2019 Rating: 5

No comments:

Powered by Blogger.