ଓଡିଶାରେ ରିଲାଏନ୍ସ ଜିଓ ଗ୍ରାହକଙ୍କ ସଂଖ୍ୟା ୧ କୋଟି ଟପିଲା

ଭୁବନେଶ୍ବର ୨୦|୮: ଏକ ଉଲ୍ଲେଖନୀୟ ସଫଳତା ପୂର୍ବକ ଦେଶର ଦ୍ରୁତ ଅଭିବୃଦ୍ଧିଶୀଳ ଓ ଏବେ ଦେଶର ସର୍ବବୃହତ ମୋବାଇଲ ସେବା ପ୍ରଦାନକାରୀ ହୋଇଥିବା ରିଲାଏନ୍ସ ଜିଓର ଓଡ଼ିଶା ଟେଲିକମ ସର୍କଲରେ ଗ୍ରାହକ ସଂଖ୍ୟା ୧୦ ନିୟୁତରୁ (୧ କୋଟି) ଅଧିକ ହୋଇଥିବା ଭାରତୀୟ ଦୂରସଂ·ର ନିୟାମକ କର୍ତୃପକ୍ଷ (ଟ୍ରାଇ) ଆଜି ୨୦୧୯ ଜୁନ ମାସ ପାଇଁ ଜାରି କରିଥିବା ଦୂରସଂଚାର ଗ୍ରାହକ ତଥ୍ୟ ରିପୋର୍ଟରୁ ଜଣାପଡ଼ିଛି ।  ଏହି ସଫଳତାକୁ କଂପାନି ଦ୍ରୁତ ଗତିରେ ହାସଲ କରିଛି ।

ନିଜର ବାଣିଜ୍ୟିକ କାରବାର ଆରମ୍ଭ କରିବାର ତିନି ବର୍ଷରୁ କମ ସମୟ ଭିତରେ ଏହାର ଗ୍ରାହକ ସଂଖ୍ୟା ୧ କୋଟିରୁ ଅଧିକ ହୋଇଛି । ଗ୍ରାହକ ସଂଖ୍ୟା ତଥ୍ୟରୁ ଜଣାପଡ଼ିଛି ଯେ, ରିଲାଏନ୍ସ ଜିଓ ଓଡ଼ିଶାରେ ସବୁଠୁ ପସନ୍ଦର ମୋବାଇଲ ସେବା ପ୍ରଦାନକାରୀ ଭାବେ ଏହାର ଉଲ୍ଲେଖନୀୟ ଯାତ୍ରା ଜାରି ରଖିଥିବା ବେଳେ ୨୦୧୯ ଜୁନରେ ରାଜ୍ୟରେ ୩.୬୧ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଛି । ଏହି ମାସରେ ଅନ୍ୟ ସବୁ ମୋବାଇଲ ସେବା ପ୍ରଦାନକାରୀଙ୍କ ଗ୍ରାହକ ସଂଖ୍ୟାରେ ହ୍ରାସ ଦେଖିବାକୁ ମିଳିଛି । ରାଜ୍ୟରେ ରିଲାଏନ୍ସ ଜିଓର ଗ୍ରାହକ ବଜାର ଅଂଶ ୩୧%ରେ ପହଚିଂଛି । 

ଓଡ଼ିଶାର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ଜୁନରେ ୨.୦୨ ଲକ୍ଷ ବଢିଥିବା ବେଳେ ବିଶେଷ କରି ଜିଓର ସୁଦୃଢ ଯୋଗଦାନ ଯୋଗୁ ଏହା ହୋଇପାରିଛି ଏବଂ ଅନ୍ୟ ସମସ୍ତ ମୋବାଇଲ ସେବା ପ୍ରଦାନକାରୀଙ୍କ ଗ୍ରାହକ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି ବୋଲି ଟ୍ରାଇ ଜାରି କରିଥିବା ତଥ୍ୟରୁ ଜଣାପଡ଼ିଛି । ଏଠାରେ ଏହା ଉଲ୍ଲେଖ କରିବା ଯୋଗ୍ୟ ଯେ, ରିଲାଏନ୍ସ ଜିଓ ଏହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ ଓ ବିଭିନ୍ନ ସ୍ଥାନକୁ ଦ୍ରୁତ ଗତିରେ ଅପହଂଚ ଅଂଚଳକୁ ୪ଜି ନେଟୱର୍କର ସଂପ୍ରସାରଣ ଏବଂ ଗ୍ରାମାଚଂଳ ଓ ଅର୍ଦ୍ଧ ସହରାଚଂଳ ଲୋକଙ୍କ ପାଖରେ ବହୁଳ ଭାବେ ଲୋକପ୍ରିୟ ଭାରତର ସ୍ମାର୍ଟଫୋନ-ଜିଓଫୋନ ଜରିଆରେ ପ୍ରତି ମାସରେ ଏହା ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ୁଛି ।

ଟ୍ରାଇ ପକ୍ଷରୁ ୨୦୧୯ ଜୁନର ମୋବାଇଲ ଗ୍ରାହକ ତଥ୍ୟ ଜାରି କରାଯାଇଥିବା ବେଳେ ୨୦୧୯ର ପ୍ରଥମ ଛଅ ମାସରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୪ ଲକ୍ଷ ହ୍ରାସ ପାଇଥିବା ଜଣାପଡ଼ିଛି । ଏହି ଛଅ ମାସ ଭିତରେ ୨୦.୮ ଲକ୍ଷ ନୂଆ ଗ୍ରାହକ ଯୋଗ କରି ରିଲାଏନ୍ସ ଜିଓ ଅଗ୍ରଣୀ ସ୍ଥାନରେ ରହିଥିବା ବେଳେ ବିଏସଏନଏଲ ସମାନ ଅବଧିରେ ୧.୮ ଲକ୍ଷ ଗ୍ରାହକ ଯୋଡ଼ି ଦୂରରେ ଦ୍ୱିତୀୟ ସ୍ଥାନରେ ରହିଛି । ଏହି ଛଅ ମାସ ଭିତରେ ଭୋଡାଫୋନ ୧୩.୨ ଲକ୍ଷ ମୋବାଇଲ ଗ୍ରାହକ ହରାଇଥିବା ବେଳେ ଭାରତୀ ଏୟାରଟେଲ ରାଜ୍ୟରେ ଏହି ସମୟରେ ୧୦.୬ ଲକ୍ଷ ଗ୍ରାହକଙ୍କୁ ହରାଇଛି ।

ଗ୍ରାହକ ଦୃଷ୍ଟିକୋଣରୁ ଭୋଡାଫୋନ ଆଇଡିଆ ଓ ଭାରତୀ ଏୟାରଟେଲକୁ ଅତିକ୍ରମ କରି ଦେଶର ସର୍ବବୃହତ ମୋବାଇଲ ସେବା ପ୍ରଦାନକାରୀ ହୋଇପାରିଥିବା ରିଲାଏନ୍ସ ଜିଓ ୨୦୧୯ ଜୁନ ମାସରେ ସର୍ବାଧିକ ସଂଖ୍ୟକ ଗ୍ରାହକ ଯୋଡ଼ିବାର ଧାରାକୁ ବଜାୟ ରଖିଥିବା ଟ୍ରାଇର ରିପୋର୍ଟରୁ ଜଣାପଡ଼ଛିି । ୨୦୧୯ ଜୁନରେ ରିଲାଏନ୍ସ ଜିଓ ସମଗ୍ର ଦେଶରେ ୮୨.୬୮ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଭୋଡାଫୋନ ଆଇଡିଆ ୪୧.୪୫ ଲକ୍ଷ ଗ୍ରାହକ ହରାଇଛି ସେହିପରି ବିଏସଏନଏଲର ଗ୍ରାହକ ସଂଖ୍ୟାରେ ୨.୬୬ ଲକ୍ଷର ବୃଦ୍ଧି ହୋଇଛି । ୨୦୧୯ ଜୁନରେ ୩୬ ଲକ୍ଷ ନୂଆ ଗ୍ରାହକ ଯୋଡ଼ି ହେବା ସହିତ  ଦେଶର ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୧୧୬.୫ କୋଟିକୁ ବୃଦ୍ଧି ପାଇଛି, ଯେଉଁଥିରେ ଜିଓ ସବୁଠୁ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।



from Prameya News7 https://ift.tt/30krHYa
ଓଡିଶାରେ ରିଲାଏନ୍ସ ଜିଓ ଗ୍ରାହକଙ୍କ ସଂଖ୍ୟା ୧ କୋଟି ଟପିଲା ଓଡିଶାରେ ରିଲାଏନ୍ସ ଜିଓ ଗ୍ରାହକଙ୍କ ସଂଖ୍ୟା ୧ କୋଟି ଟପିଲା Reviewed by SUBHENDU BARAL on August 19, 2019 Rating: 5

No comments:

Powered by Blogger.