ହଠାତ ମାଡିଆସିଲା ବନ୍ୟାଜଳ ! ବିପଦରେ ଥାଇ ମଧ୍ୟ ନିଜ ପୋଷା କୁକୁରର ହାତ ଛାଡିଲେନି ବୃଦ୍ଧ । Kanak News

କନକ ବ୍ୟୁରୋ : ଲୋକମାନେ ନିଜ ନିଜ ଘରେ ପାଳିଥିବା ପୋଷା ଜୀବଜନ୍ତୁକୁ ନିଜ ପରିବାରର ସଦସ୍ୟ ଭାବେ ରଖିଥାନ୍ତି । ସେମାନଙ୍କ ଖାଇବା, ପିଇବା ଓ ରହିବାକୁ ନେଇ ସ୍ୱତନ୍ତ୍ର ଧ୍ୟାନ ଦିଆ ଯାଇଥାଏ । ତେବେ କର୍ଣ୍ଣାଟକର ଜଣେ ବୃଦ୍ଧ ନିଜ ପୋଷା କୁକୁର ପାଇଁ କରିଥିବା କାମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କର୍ଣ୍ଣାଟକର ଧର୍‌ଓ୍ଵାଦ୍‌ ଜିଲ୍ଲାରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏକ ନିର୍ମାଣଧୀନ ବ୍ରିଜ୍‌ ପାଇଁ କାମ କରୁଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ପହଞ୍ଚିଥିଲା ଏନ୍‌ଡିଆର୍‌ଏଫ୍‌ ଟିମ୍‌ । କିନ୍ତୁ ସେଠାରେ ଚୌକିଦାର ଭାବେ କାମ କରୁଥିବା ଜଣେ ବୃଦ୍ଧ ନିଜ ପୋଷା କୁକୁରକୁ ଛାଡ଼ି ଆସିବାକୁ ରାଜି ହୋଇ ନଥିଲେ । ଜଳ ବଢ଼ୁଥିବା ଦେଖି ମଧ୍ୟ ବୃଦ୍ଧ ଆସିବାକୁ ରାଜି ନ ହେବାରୁ ଉଦ୍ଧାରକାରୀ ଟିମ୍‌ ବୃଦ୍ଧଙ୍କ ସହ ତାଙ୍କ କୁକୁରକୁ ମଧ୍ୟ ଉଦ୍ଧାର କରିଥିଲେ ।

ସୂଚନା ମୁତାବକ, ନିର୍ମାଣଧୀନ ବ୍ରିଜ୍‌ରେ ଚୌକିଦାର ଭାବେ କାମ କରୁଥିଲେ ହନୁମାନଟପ୍ପା । ବର୍ଷା ଯୋଗୁଁ ଜଳସ୍ତର ବଢ଼ୁଥିବା ଦେଖି ଜିଲ୍ଲା ଅଧିକାରୀ କାମରେ ନିୟୋଜିତ ଥିବା ୧୦ଜଣ ଶ୍ରମିକକୁ ଫେରି ଆସିବାକୁ କହିଥିଲେ । କିନ୍ତୁ ସେମାନେ ନ ଶୁଣି ନିଜର କାମ ଚାଲୁ ରଖିଥିଲେ । ହଠାତ୍‌ ବନ୍ୟାଜଳ ଆସିବାରୁ ୧୦ଜଣ ଶ୍ରମିକ ସେଠାରେ ଫସି ଯାଇଥିଲେ । ସୂଚନା ପାଇ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ହନୁମାନଟପ୍ପା ନିଜ ସହ ନିଜ କୁକୁରକୁ ମଧ୍ୟ ନେବା ପାଇଁ ଅନୁରୋଧ କରିଥିଲେ । ଏହା ପରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ତାଙ୍କୁ ଅନୁମତି ଦେବା ପରେ ହନୁମାନଟପ୍ପା ନିଜ କୁକୁର ସହ ସୁରକ୍ଷିତ ସ୍ଥାନରେ ଆସି ପହଞ୍ଚିଥିଲେ ।



from Kanak News https://ift.tt/2TNBEen https://ift.tt/33E2qdT
ହଠାତ ମାଡିଆସିଲା ବନ୍ୟାଜଳ ! ବିପଦରେ ଥାଇ ମଧ୍ୟ ନିଜ ପୋଷା କୁକୁରର ହାତ ଛାଡିଲେନି ବୃଦ୍ଧ । Kanak News ହଠାତ ମାଡିଆସିଲା ବନ୍ୟାଜଳ ! ବିପଦରେ ଥାଇ ମଧ୍ୟ ନିଜ ପୋଷା କୁକୁରର ହାତ ଛାଡିଲେନି ବୃଦ୍ଧ । Kanak News Reviewed by SUBHENDU BARAL on August 18, 2019 Rating: 5

No comments:

Powered by Blogger.