ରସଗୋଲାକୁ ନେଇ ରାଜ୍ୟସ୍ତରୀୟ ସଭା: ଆଜି ଜୟଦେବ ଭବନରେ ବଣ୍ଟାଯିବ ୫୦ ହଜାର ରସଗୋଲା Kanak News

କନକ ବ୍ୟୁରୋ: ରସଗୋଲାକୁ ଜିଆଇ ଟ୍ୟାଗ୍ ମାନ୍ୟତା ମିଳିବା ପରେ ସମଗ୍ର ରାଜ୍ୟରେ ଉତ୍ସାହର ଲହରି ଖେଳି ଯାଇଛି। ଏହି ଅବସରରେ ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ସମିତି, ଓଡ଼ିଶା ପକ୍ଷରୁ ଆଜି ଜୟଦେବ ଭବନରେ ଏକ ରାଜ୍ୟସ୍ତରୀୟ ସଭା ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ରସଗୋଲା ଜିଆଇ ମାନ୍ୟତା ପାଇବା ଦିଗରେ ଓ ରସଗୋଲା କ୍ଷେତ୍ରରେ କାର୍ଯ୍ୟ କରିଥିବା ୪୦ ଜଣ ପ୍ରତିଭାଙ୍କୁ ସମ୍ବରର୍ଦ୍ଧିତ କରାଯିବ।

ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର, ଏମ୍ଏସ୍ଏମ୍ଇ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ବିଧାୟକ ଦେବୀ ମିଶ୍ର, ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସଭା ଶେଷରେ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ଦ୍ବାରା ରସଗୋଲା ସଂଗୀତ ପରିବେଷଣ କରାଯିବ। ସକାଳ ୧୦ଟାରେ ଆୟୋଜିତ ହେବାକୁ ଯାଉଥିବା ଏହି କାର୍ଯ୍ୟକ୍ରମରେ ୫୦ ହଜାର ରସଗୋଲା ମଧ୍ୟ ବଣ୍ଟନ କରାଯିବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି ।



from Kanak News https://ift.tt/2Zc2zG0 https://ift.tt/2TJlbHW
ରସଗୋଲାକୁ ନେଇ ରାଜ୍ୟସ୍ତରୀୟ ସଭା: ଆଜି ଜୟଦେବ ଭବନରେ ବଣ୍ଟାଯିବ ୫୦ ହଜାର ରସଗୋଲା Kanak News ରସଗୋଲାକୁ ନେଇ ରାଜ୍ୟସ୍ତରୀୟ ସଭା: ଆଜି ଜୟଦେବ ଭବନରେ ବଣ୍ଟାଯିବ ୫୦ ହଜାର ରସଗୋଲା Kanak News Reviewed by SUBHENDU BARAL on August 18, 2019 Rating: 5

No comments:

Powered by Blogger.