ଗୁରୁ ଶୀଷ୍ୟଙ୍କ ହୃଦସ୍ପର୍ଶୀ ସଂପର୍କର ଭିଡିଓ ହେଲା ଭାଇରାଲ୍ ! ଅଧ୍ୟାପକଙ୍କ ସ୍ଥାନାନ୍ତରଣ ଖବର ଶୁଣି ଭୋ’ଭୋ’ କାନ୍ଦିଲେ ଛାତ୍ରଛାତ୍ରୀ । Kanak News

ଅନ୍ଧକାରରୁ ଯିଏ ହାତଧରି ଆଲୋକ ପଥକୁ ନେଇଯାଏ ସେ ଗୁରୁ । ଭୁଲ୍ କଲେ ଯଷ୍ଠି ଧରି ଯେ ଆକଟ କରେ ସେ ଗୁରୁ । ସ୍ୱୟଂ ଠାରୁ ନିଜ ଛାତ୍ରର ପ୍ରଗତିରେ ଯେ ଖୁସି ହୁଏ ସେ ଗୁରୁ । କେଇ ପଦ ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ ଯାହାଙ୍କୁ ସେ ହେଉଛନ୍ତି ଗୁରୁ । ପୁରାଣରେ ଗୁରୁଙ୍କୁ ନେଇ ଆପଣ କେତେ ଲେଖ ପଢିଥିବେ ଏବଂ ଶୁଣିଥିବେ । ଆଜିର ସମୟରେ ଆମେ ଆପଣଙ୍କୁ ଏଭଳି ଜଣେ ଗୁରୁଙ୍କ କଥା କହିବାକୁ ଯାଉଛୁ ଯାହାଙ୍କ ସ୍ଥାନାନ୍ତରଣରେ ସମ୍ପୁର୍ଣ୍ଣ ସ୍କୁଲ୍ ଆଖିରୁ ଲୁହ ବାହାରି ଆସିଥିଲା ।
गुरू गोविन्द दोऊ खड़े, काके लागूं पांय।
बलिहारी गुरू अपने गोविन्द दियो बताय।।गुरु गूगल बाबा के दौर में किसी गुरु के पैर पड़ना दूर की कौड़ी है और उनके ट्रांसफर पर रोना तो आसमान के तारे तोड़ने बराबर।
कटनी जिले के स्कूल के शिक्षक का ट्रांसफर हुआ तो स्कूल के बच्चे बिलख पड़े। pic.twitter.com/qxAuJ3qxRf
— anuragamitabh (@anuragamitabh) August 18, 2019
ମଧ୍ୟପ୍ରଦେଶର କଟନୀ ଜିଲ୍ଲାର ଢିମରଖେଡା ଗାଁର ତିଲମନ୍ ପ୍ରାଇମେରୀ ସ୍କୁଲ୍ ର ଏକ ଭିଡିଓ ସାମ୍ନାକୁ ଆସିଛି । ଏହି ଭିଡିଓରେ ସ୍କୁଲର ଶିକ୍ଷକ ମଙ୍ଗଳଦୀନ୍ ପଟେଲ୍ ଏବଂ ତାଙ୍କ ଆଖପାଖରେ ଥିବା ଛାତ୍ରଛାତ୍ରୀ ଭୋ’ଭୋ’ ହୋଇ କାନ୍ଦୁଥିବା ନଜର ଆସୁଛନ୍ତି । ଅସଲ କଥା ହେଉଛି ଶିକ୍ଷକ ମଙ୍ଗଳଦୀନ୍ ପଟେଲ୍ ଙ୍କ ଟ୍ରାନ୍ସଫର୍ କଟନୀ ନାମକ ଏକ ସ୍କୁଲରେ ହୋଇଥିଲା । ଯାହାର ଖବର ପାଇବା ପରେ ଛାତ୍ରଛାତ୍ରୀମାନେ ନିଜକୁ କାନ୍ଦିବାରୁ ରୋକିପାରିଲେ ନାହିଁ । ନିଜ ପ୍ରିୟ ଶିକ୍ଷକ ଅନ୍ୟତ୍ର ଯିବା କଥା ଶୁଣି କୁନି କୁନି ପିଲାମାନେ ଖୁବ୍ କାନ୍ଦିଥିଲେ ଏବଂ ପିଲାମାନଙ୍କୁ କାନ୍ଦୁଥିବା ଦେଖି ଶିକ୍ଷକ ମଧ୍ୟ ତାଙ୍କ ସହ କାନ୍ଦି ପକାଇଥିଲେ । ଭିଡିଓରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଏଭଳି ଦୃଶ୍ୟ ଖୁବ୍ ହୃଦୟସ୍ପର୍ଶୀ ହୋଇଛି ।
from Kanak News https://ift.tt/2P12X6c https://ift.tt/2z3MmE6
No comments: