ବନ୍ଦ ଘରେ ଚାଲିଥିଲା ଦେହ ବ୍ୟବସାୟ, ଚଢାଉ କରି ଦଲାଲ ଦମ୍ପତ୍ତିଙ୍କ ସହ ୩ ଯୁବତୀଙ୍କୁ ଗିରଫ କଲା ପୋଲିସ

ସହାରନପୁର ୨୦|୮: ଉତ୍ତରପ୍ରଦେଶ ସହାରନପୁର ଦେବବନ୍ଦ ପୋଲିସ କୋତବାଲି ଅଞ୍ଚଳର ଏକ ଘରେ ପୋଲିସ ଚଢାଇ କରି ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛି । ଚଢାଉ ବେଳେ ଦଲାଲ ଦମ୍ପତ୍ତି ଏବଂ ତିନି ଜଣ ଯୁବତୀଙ୍କୁ ଗିରଫ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, କୋତବାଲି ଅଞ୍ଚଳରେ ସେକ୍ସ ରାକେଟ୍‌ ଚାଲିଥିବା ନେଇ ପୋଲିସ ଖବର ପାଇଥିଲା । ଖବର ପାଇବା ପରେ କୋତବାଲି ପୋଲିସ ଦେବବନ୍ଦରେ ଏକ ଘରେ ଚଢାଉ କରିଥିଲା । ଚଢାଉ ବେଳେ ସଂପୃକ୍ତ ଘରେ ଚାଲିଥିଲା ଦେହ ବ୍ୟବସାୟ । ଏହି ରାକେଟ୍‌ର କିଙ୍ଗ୍‌ପିନ୍ ଦମ୍ପତ୍ତିଙ୍କୁ ଗିରଫ କରିଛି ପୋଲିସ । ଘଟଣାସ୍ଥଳରୁ ଅସଞ୍ଜତ ଅବସ୍ଥାରେ ଥିବା ତିନିଜଣ ଯୁବତୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଗିରଫ ଯୁବତୀମାନଙ୍କ ମଧ୍ୟରେ ଦୁଇ ଜଣ ଭଉଣୀ ମଧ୍ୟ ଅଛନ୍ତି । ଏହି ଦୁଇ ଭଉଣୀ ୨ମାସ ତଳୁ ଘରୁ ଫେରାର ହୋଇଯାଇଥିଲେ ।

ଘରୁ ଫେରାର ହୋଇଯାଇଥିବା ଦୁଇ ଯୁବତୀଙ୍କ ଭାଇର ସୂଚନା ଅନୁସାରେ ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛି ପୋଲିସ । ଗିରଫ ହୋଇଥିବା ଯୁବତୀମାନଙ୍କୁ ଡାକ୍ତରୀ ମାଇନା ପାଇଁ ପୋଲିସ ପଠାଇବା ସହ ଏନେଇ ଅଧିକ ତଦନ୍ତ ଜାରି ରଖିଛି । ଗିରଫ ହୋଇଥିବା ରାକେଟ୍‌ର ମୁଖ୍ୟ ଦମ୍ପତ୍ତିଙ୍କୁ ପୋଲିସ ପଚରାଉଚରା କରୁଛି ।



from Prameya News7 https://ift.tt/33F5OVP
ବନ୍ଦ ଘରେ ଚାଲିଥିଲା ଦେହ ବ୍ୟବସାୟ, ଚଢାଉ କରି ଦଲାଲ ଦମ୍ପତ୍ତିଙ୍କ ସହ ୩ ଯୁବତୀଙ୍କୁ ଗିରଫ କଲା ପୋଲିସ ବନ୍ଦ ଘରେ ଚାଲିଥିଲା ଦେହ ବ୍ୟବସାୟ, ଚଢାଉ କରି ଦଲାଲ ଦମ୍ପତ୍ତିଙ୍କ ସହ ୩ ଯୁବତୀଙ୍କୁ ଗିରଫ କଲା ପୋଲିସ Reviewed by SUBHENDU BARAL on August 19, 2019 Rating: 5

No comments:

Powered by Blogger.