ନୂଆଦିଲ୍ଲୀ: ବାୟୁସେନାର ନିଖୋଜ ଏଏନ୍-୩୨ ବିମାନର ଧ୍ୱଂସାବଶେଷକୁ ଦୀର୍ଘ ୯ ଦିନ ପରେ ଠାବ କରାଯାଇଥିଲା। ବିମାନଟି ଅରୁଣାଚଳ ପ୍ରଦେଶର ମେଚୁକା ଯାଉଥିବା ବେଳେ ନିକଟସ୍ଥ ଏକ ପାହାଡ଼ରେ ମାଡ଼ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଗତକାଲି ଭାରତୀୟ ବାୟୁସେନା ପକ୍ଷରୁ ବିମାନର ଧ୍ୱଂସାବଶେଷ ପଡ଼ି ରହିଥିବା ସ୍ଥାନର ଏକ ସ୍ପଷ୍ଟ ଫଟୋ ଜାରି କରାଯାଇଛି। ଯେଉଁଥିରୁ ଜଣାପଡ଼ୁଛି ଯେ ବିମାନଟି ମେଚୁକାଠାରୁ ଅଳ୍ପଦୂରରେ ଥିବା ଏକ ପାହାଡ଼ରେ ଧକ୍କା ହେବା ପରେ ହିଁ କ୍ରାଶ ହୋଇଯାଇଥିଲା।
ମଙ୍ଗଳବାର ଦିନ ଦୁର୍ଘଟଣା ସ୍ଥଳର ୧୨ ହଜାର ଫୁଟ ଉପରୁ ଏମଆଇ-୧୭ ହେଲିକପ୍ଟର ଦ୍ୱାରା ବିମାନର ଧ୍ୱଂସାବଶେଷ ଠାବ କରାଯାଇଥିଲା। ଏବେ ଉକ୍ତ ସ୍ଥାନରେ ପହଞ୍ଚିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଗତକାଲି ସକାଳ ୬.୩୦ରୁ ହିଁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସ୍ଥାନରେ ପହଞ୍ଚିବା ପାଇଁ ଅପରେସନ ଆରମ୍ଭ ହୋଇଥିଲା। ବାୟୁସେନା ପକ୍ଷରୁ ଦୁଇଟି ହେଲିକପ୍ଟର ଜରିଆରେ ୮ରୁ ୧୦ ଜଣଙ୍କୁ କ୍ରାଶ ସ୍ଥଳରେ ଅବତରଣ କରାଯାଇଛି।
from OTV Khabar. http://bit.ly/2wSe1a0
No comments: