ମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ : ସକାଳ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ, ଘରେ ରହି ମଧ୍ୟ କରିପାରିବେନି ଅଫିସ କାମ  Kanak News

କନକ ବ୍ୟୁରୋ : ମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ  । କାର୍ଯ୍ୟଦିବସରେ ସକାଳ ସାଢେ ୯ଟା ସୁ୍ଦ୍ଧା କାର୍ଯ୍ୟାଳୟରେ ପଂହଚିବାକୁ  ସମସ୍ତ ମନ୍ତ୍ରୀଙ୍କୁ କହିଛନ୍ତି । ଘରେ ରହି ଅଫିସ କାମ ନକରିବାକୁ ଶକ୍ତ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୦ ଦିନର  ପାର୍ଲାମେଂଟ ଅଧିବେଶନ କାଳରେ ପାର୍ଲାମେଂଟ ବାହାରକୁ ନ ଯିବାକୁ କହିଛନ୍ତି ମୋଦି । ନିୟମିତ ରୂପେ ସାଂସଦଙ୍କ ସହ ଭେଟି ଆଲୋଚନା କରିବା ସହ ଜନତାଙ୍କ ଦୁଃଖସୁଖ ବୁଝିବା ପାଇଁ ମଧ୍ୟ କହିଛନ୍ତି ।

ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଠିକ ଟାଇମରେ ଅଫିସ ଆସୁଥିଲେ । ଏହାଫଳରେ ସଂପୃକ୍ତ ଦିନର  ଏଜେଣ୍ଡା ପ୍ରସ୍ତୁତ କରିବାରେ  ସହାୟକ ହେଉଥିଲା । ମୋଦି କହିଛନ୍ତିଷ ମନ୍ତ୍ରୀମାନେ ନିଜ କାମ କରିବା ସହ ସାଂସଦଙ୍କ ୁ ଭେଟନ୍ତୁ ଓ ସେମାନଙ୍କ ଦାବିକୁ ଗୁରୁତ୍ୱ ଦିଅନ୍ତୁ । ମିଳିଥିବା ସୂଚନା ଅନୁସାରେ ମୋଦି କହିଛନ୍ତି. ମନ୍ତ୍ରଣାଳୟର ଅଫିସରଙ୍କ ସହ ମନ୍ତ୍ରୀମାନେ ସମନ୍ୱୟ ରଖନ୍ତୁ  । ମନ୍ତ୍ରୀମାନେ ୫ ବର୍ଷର ଏଜେଣ୍ଡା ପ୍ରସ୍ତୁତ କରନ୍ତୁ ।



from Kanak News http://bit.ly/2wQrcYR http://bit.ly/2Vh9fBw
ମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ : ସକାଳ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ, ଘରେ ରହି ମଧ୍ୟ କରିପାରିବେନି ଅଫିସ କାମ  Kanak News ମନ୍ତ୍ରୀଙ୍କୁ ମୋଦିଙ୍କ ପରାମର୍ଶ : ସକାଳ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ, ଘରେ ରହି ମଧ୍ୟ କରିପାରିବେନି ଅଫିସ କାମ  Kanak News Reviewed by SUBHENDU BARAL on June 12, 2019 Rating: 5

No comments:

Powered by Blogger.