ଆଇସିସି ବିଶ୍ୱକପରେ ନଟିଂହମରେ ଆଜି କଡା ଟକ୍କର । ଟିମ୍ ଇଣ୍ଡିଆକୁ ଚ୍ୟାଲେଂଜ ଦେବ ମ୍ୟାନ ଇନ୍ ବ୍ଲାକ୍ : କ୍ରମାଗତ ଚତୁର୍ଥ ବିଜୟ ଆଶାରେ ନ୍ୟୁଜିଲାଣ୍ଡ Kanak News

କନକ ବ୍ୟୁରୋ : ଆଇସିସି ବିଶ୍ୱକପରେ ଆଜି ଲିଗ୍ ପର୍ଯ୍ୟାୟରେ ଏକ ମୁକାବିଲାରେ ନଟିଂହୋମରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଓପନର ଶିଖର ଧୱନ ବାଦ୍ ପଡିବା ପରେ ମ୍ୟାଚରେ ତାଙ୍କର ବିକଳ୍ପ ଓ ସମ୍ଭାବ୍ୟ ବର୍ଷାକୁ ନେଇ ଚର୍ଚା ଜୋର ଧରିଛି । ରୋହିତ- ଧୱନଙ୍କ ବାମ-ଡାହାଣ ଯୋଡି ଭାଙ୍ଗିବା ପରେ ଧୱନଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ ଖେଳାଇବା ନେଇ ଦଳ ସଂକେତ ଦେଇ ସାରିଛି । ଅନ୍ୟପଟେ ୪ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ଏହାକୁ ନେଇ ମଧ୍ୟ ଚର୍ଚା ଜାରି ରହିଛି । ମ୍ୟାଚରେ ଦୀନେଶ କାର୍ତିକ ଓ ବିଜୟ ଶଙ୍କରଙ୍କ ମଧ୍ୟରୁ ଜଣକୁ ସୁଯୋଗ ମିଳିବାର ସମ୍ଭାବନା ରହିଛି । ତେବେ ବର୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆ କ୍ରମାଗତ ୨ଟି ବିଜୟ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ କ୍ରମାଗତ ୩ଟି ମ୍ୟାଚ୍ ଜିତି ଟେବୁଲର ଶୀର୍ଷରେ ରହିଛି ।

from Kanak News http://bit.ly/2WJ2WqX http://bit.ly/2F7hJRD
No comments: