‘ଝାଲମୁଢ଼ି’ ପ୍ରେମରେ ବିଦେଶୀ Rajalaxmi Sahoo

ଲଣ୍ଡନ: ଏବେ ବିଶ୍ୱକପ୍‌ ପାଇଁ ଚର୍ଚ୍ଚାରେ ଥିବା ଲଣ୍ଡନ୍‌ରେ ମିଳୁଛି ସମ୍ପୂର୍ଣ୍ଣ ଭାରତୀୟ ଶୈଳୀରେ ପ୍ରସ୍ତୁତ ‘ଝାଲମୁଢ଼ି’। ତା’ପୁଣି ଭାରତ ସଦ୍ୟ ଅଷ୍ଟ୍ରେଲିଆକୁ ହରାଇଥିବା ଓଭାଲ ଷ୍ଟାଡିଅମ୍‌ ବାହାରେ। ପସରାର ଶୈଳୀ ସମ୍ପୂର୍ଣ୍ଣ ଭାରତୀୟ। ବିଭିନ୍ନ ଡବାରେ ଭଳିକି ଭଳି ମୁଡ଼ୁମୁଡ଼ିଆ ଖାଦ୍ୟ ଦ୍ରବ୍ୟ। ଆଉ ଏସବୁକୁ ଘାଣ୍ଟି କାଗଜ ଠୁଙ୍ଗାରେ ଝାଲମୁଢ଼ି ବିକୁଛନ୍ତି ଜଣେ ବ୍ୟକ୍ତି। ଯେମିତି ଆପଣ ଆପଣଙ୍କ ସାହିରେ ବା ଛକରେ ବିକ୍ରିହୁଏ ଠିକ୍‌ ସେମିତି, କିନ୍ତୁ ଫରକ ହେଉଛି ଏ ବ୍ୟକ୍ତି ସମ୍ପୂର୍ଣ୍ଣ ଇଂରାଜୀକୁହା ଅର୍ଥାତ ବ୍ରିଟିଶର୍। ନାଁ ତାଙ୍କର ଆଙ୍ଗସ ଡେନନ୍‌।

ବିଶ୍ୱକପ୍‌ରେ ଯେତିକି ଗହଳି, ଏହିଁ ବ୍ୟକ୍ତି କେତେଯେ ଅର୍ଥ କମାଇଥିବେ ତାହା କଳ୍ପନା ବାହାରେ।

ସେ ଥରେ କୋଲକାତା ଆସିଥିବାବେଳେ ଭାରତୀୟ ଷ୍ଟ୍ରିଟ୍‌ ଫୁଡ୍‌ ପ୍ରେମରେ ପଡ଼ିଥିଲେ। ଆଉ ତାଙ୍କୁ ଏହା ଏତେ ଭଲ ଲାଗିଥିଲା ଯେ ସେ ଏହା ଉପରେ ଏକ ଫିଲ୍ମ କରିବାକୁ ମନସ୍ଥ କରିଥିଲେ। ସେ ବ୍ରିଟେନ୍‌ ଫେରିବା ପରେ ଏକ ଫୁଡ୍‌ ଶୋ’ରେ ତାଙ୍କୁ ଏକ ଭାରତୀୟ ଖାଦ୍ୟ ତିଆରି କରିବାକୁ କୁହାଯିବାରୁ ସେ ‘ଝାଲମୁଢ଼ି’କୁ ବାଛିଥିଲେ। ସେ କହିଥିଲେ, ମୁଁ ନିଶ୍ଚିତ ଥିଲି ଯେ ଏଇ ଖାଦ୍ୟଟି ପ୍ରସ୍ତୁତ କରିପାରିବି, କାରଣ ଏଥିପାଇଁ ରୋଷେଇ କରିବାକୁ ପଡ଼ିବନି।

ସେଠାକାର ଲୋକଙ୍କୁ ‘ଝାଲମୁଢ଼ି’ ଏତେ ଭଲ ଲାଗିଲା ଯେ ସେ ଲଣ୍ଡନ୍‌ର ବିଭିନ୍ନ ଗଳିରେ ଝାଲମୁଢ଼ି ବିକିବାକୁ ନିଷ୍ପତ୍ତି ନେଲେ। ସମସ୍ତେ ଏହାକୁ ପସନ୍ଦ କରିବାରୁ ଦୋକାନର ନାଁ ଦେଇଛନ୍ତି ‘ଦ ଏଭ୍ରିଭଡି ଲଭ୍‌ ଲଭ୍‌ ଝାଲମୁରି ଏକ୍ସପ୍ରେସ୍‌’। ଆଉ ସେ ଦୋକାନର ଦୁଇ ପଟେ ଦୁଇଟି ‘ଓମ୍‌’ ଚିହ୍ନ ମଧ୍ୟ ରଖିଛନ୍ତି। ଇଂରାଜୀରେ ଲେଖା ହୋଇଥିଲେ ମଧ୍ୟ ବୋର୍ଡଟି ଦେଖିଲେ ସମ୍ପୂର୍ଣ୍ଣ ଭାରତୀୟ ମନେ ହେଉଛି।



from OTV Khabar. http://bit.ly/2R7yoJz
‘ଝାଲମୁଢ଼ି’ ପ୍ରେମରେ ବିଦେଶୀ Rajalaxmi Sahoo ‘ଝାଲମୁଢ଼ି’ ପ୍ରେମରେ ବିଦେଶୀ Rajalaxmi Sahoo Reviewed by SUBHENDU BARAL on June 11, 2019 Rating: 5

No comments:

Powered by Blogger.