କାଲି ଭାରତ-ନ୍ୟୁଜିଲାଣ୍ଡ କଡା ଟକ୍କର ! ମ୍ୟାଚରେ ବର୍ଷା ସାଜିପାରେ ବାଧକ । Kanak News

କନକ ବ୍ୟୁରୋ : ଆସନ୍ତାକାଲି ବିଶ୍ୱକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ନ୍ୟୁଜିଲାଣ୍ଡ । ଭାରତ ପ୍ରଥମ ଦୁଇ ମ୍ୟାଚ୍‌ରୁ ପୂରା ପଏଣ୍ଟ୍ ହାସଲ କରି ବିଶ୍ବକପ୍‌ ଅଭିଯାନକୁ ଠିକଣା ପଥରେ ରଖିଥିଲେ ମଧ୍ୟ ମଙ୍ଗଳବାର ଯୁଗଳ ଝଟ୍‌କା ପାଇଛି । ଶିଖର ଧାୱନ ଆହତ ହେବା ସହିତ ୩ ସପ୍ତାହ ପାଇଁ ବାଦ୍ ପଡ଼ିଛନ୍ତି । ଦ୍ବିତୀୟ ଖରାପ ଖବରଟି ହେଉଛି ଗୁରୁବାର ଖେଳାଯିବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ୍ ମ୍ୟାଚ୍ ବର୍ଷା ଆଶଙ୍କା ଭିତରକୁ ଚାଲିଯାଇଛି ।

ପାଣିପାଗ ବିଭାଗ ଦେଇଥିବା ପୂର୍ବାନୁମାନ ଅନୁସାରେ ଗୁରୁବାର ମଧ୍ୟାହ୍ନ ପୂର୍ବରୁ ବର୍ଷା ହେବ। କିନ୍ତୁ ଏକ କାଣ୍ଟଛାଣ୍ଟ ଓଭର ମ୍ୟାଚ୍‌ ଖେଳାଯିବାର ସମ୍ଭାବନା ରହିଛି । ବିଗତ ୨ ଦିନ ହେବ ୟୁକେରେ ବର୍ଷା ଲାଗି ରହିବାରୁ ସ୍ଥାନୀୟ ବାସିନ୍ଦାମାନଙ୍କୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ ଲାଗି ସୂଚନା ଦିଆଯାଇଛି । ନଟିଂହାମ୍‌ ଅଞ୍ଚଳରେ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ପାଣିପାଗ ବିଭାଗ ପକ୍ଷରୁ ବର୍ମିଂହାମ, ପିଟରବରୋ ଏବଂ ନ୍ୟୁକାଷ୍ଟଲ୍‌ ଅଞ୍ଚଳକୁ ମଧ୍ୟ ଏଭଳି ସତର୍କ ସୂଚନା ପ୍ରଦାନ କରାଯାଇଛି । ନଟିଂହାମ୍‌ ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କିନ୍ତୁ ବୁଧବାର ସଂଧ୍ୟା ୭ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବ‌ୋଲି କୁହାଯାଇଛି ।



from Kanak News http://bit.ly/2Zf8pCG http://bit.ly/2F4uMmy
କାଲି ଭାରତ-ନ୍ୟୁଜିଲାଣ୍ଡ କଡା ଟକ୍କର ! ମ୍ୟାଚରେ ବର୍ଷା ସାଜିପାରେ ବାଧକ । Kanak News କାଲି ଭାରତ-ନ୍ୟୁଜିଲାଣ୍ଡ କଡା ଟକ୍କର ! ମ୍ୟାଚରେ ବର୍ଷା ସାଜିପାରେ ବାଧକ । Kanak News Reviewed by SUBHENDU BARAL on June 11, 2019 Rating: 5

No comments:

Powered by Blogger.