ଫୋନି ଗଲା, ସଂକ୍ରାମକ ଆସିଲା । ସହରରେ ଅସ୍ତବ୍ୟସ୍ତ କରୁଛି ଝାଡାବାନ୍ତି Kanak News

କନକ ବ୍ୟୁରୋ : ବାତ୍ୟା ‘ଫୋନି’ ପରେ ପୁରୀରେ ଏବେ ସଂକ୍ରାମକ ରୋଗ ବ୍ୟାପିବାରେ ଲାଗିଛି। ପୁରୀ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଝାଡ଼ାବାନ୍ତି ଅଣାୟତ୍ତ ହୋଇ ପଡ଼ିଲାଣି। ସୂଚନା ମୁତାବକ, ମଙ୍ଗଳବାର ଦିନ ପୁରୀ ରେଡ଼କ୍ରସ୍ ରୋଡସ୍ଥିତ ସଂକ୍ରାମକ ରୋଗ ଚିକିତ୍ସା କେନ୍ଦ୍ର (ଆଇଡି ହସ୍ପିଟାଲ)ରେ ଦୁଇ ଶହ ଝାଡ଼ାବାନ୍ତି ରୋଗୀ ଚିକିତ୍ସାଧୀନ ରହିଛନ୍ତି। ଅଧିକାଂଶ ରୋଗୀ ଦୂଷିତ ପାନୀୟ ଜଳ ପିଇ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ସେହିପରି କଲେରା ହସ୍ପିଟାଲରେ ୫୭ ଜଣ ଝାଡ଼ାବାନ୍ତି ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଗତକାଲି ୮୦ ରୋଗୀ ଭର୍ତ୍ତି ହୋଇଥିବା ବେଳେ ରବିବାର ୯୦ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପ୍ରତିଦିନ ଏହି ସଂଖ୍ୟା ବଢ଼ିବାରେ ଲାଗିଛି।

 

ଡାକ୍ତରଖାନାରେ ସ୍ଥାନାଭାବ ଯୋଗୁ ରୋଗୀ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି। ପୁରୀ ଜିଲ୍ଲାର ସତ୍ୟବାଦୀ, କଣାସ, ଡେଲାଙ୍ଗ, ନିମାପଡ଼ା, ପୁରୀ ସଦର, ବ୍ରହ୍ମଗିରି ଓ ପୁରୀ ସହରର ବିଭିନ୍ନ ସାହିବସ୍ତିରୁ ଝାଡ଼ାବାନ୍ତି ରୋଗୀଙ୍କ ସୁଅ ଛୁଟିଛି। ଆକ୍ରାନ୍ତ ରୋଗୀଙ୍କ ପେଟ ମୋଡ଼ିବା ସହ ଲଗାତର ବାନ୍ତି ହେଉଛି। ଦୂଷିତ ପାଣି ପିଇବା କାରଣରୁ ଝାଡ଼ାବାନ୍ତି ବ୍ୟାପୁଥିବା ଡାକ୍ତର କହିଛନ୍ତି। ଝାଡ଼ାବାନ୍ତି ବ୍ୟାପୁଥିବା ଅଞ୍ଚଳରେ ମେଡିକାଲ ଟିମ୍ ପହଞ୍ଚୁନଥିବାରୁ ସ୍ଥିତି ଉତ୍କଟ ହୋଇପଡ଼ିଛି।



from Kanak News http://bit.ly/2X3GAA2 http://bit.ly/2Re4Slu
ଫୋନି ଗଲା, ସଂକ୍ରାମକ ଆସିଲା । ସହରରେ ଅସ୍ତବ୍ୟସ୍ତ କରୁଛି ଝାଡାବାନ୍ତି Kanak News ଫୋନି ଗଲା, ସଂକ୍ରାମକ ଆସିଲା । ସହରରେ ଅସ୍ତବ୍ୟସ୍ତ କରୁଛି ଝାଡାବାନ୍ତି Kanak News Reviewed by SUBHENDU BARAL on June 11, 2019 Rating: 5

No comments:

Powered by Blogger.