ସମ୍ୱଲପୁର: ସମ୍ବଲପୁରର ପ୍ରସିଦ୍ଧ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ନନ୍ଦପଡାର ବମବରାଡ ବାଲୁଙ୍କେଶ୍ୱର ବାବାଙ୍କ ଦେବ ନିମନ୍ତ୍ରଣ କାର୍ଯ୍ୟ ‘ଗୁଆଗୁଣ୍ଡା’ ସମ୍ପନ୍ନ ହୋଇଛି।
ପରମ୍ପରା ଅନୁସାରେ ଗତକାଲି ରାତିରେ ନୃସିଂହ ମହାପ୍ରଭୁ ସହରର ବିଭିନ୍ନ ଦେବାଦେବୀଙ୍କ ମନ୍ଦିରକୁ ଯାଇ ଗୁଆ-ହଳଦି-ମିଠେଇ ଓ ଖଜା ଦେଇ ଦିଅଁ ମାନଙ୍କୁ ଭୋଲାବାବାଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଥିଲେ।
ଅନ୍ୟ ସମସ୍ତ ପଡାର ବିବାହରେ, ହନୁମାନ ମହାପ୍ରଭୁ ହନୁମାନ ନିଉତାରେ ବାହାରି ଦେବ ନିମନ୍ତ୍ରଣ କରିଥିଲେ। ଦେବ ନିମନ୍ତ୍ରଣ ଶୋଭାଯାତ୍ରା ପୂର୍ବରୁ ସଂଧ୍ୟାରେ ନୃସିଂହ ମହାପ୍ରଭୁଙ୍କୁ ଏକ ସୁସଜ୍ଜିତ ବିମାନରେ ଉପବେସନ କରାଯାଇଥିଲା।
ପରେ ପାରମ୍ପାରିକ ରିତିନୀତିରେ ପୂଜାର୍ଚ୍ଚନା ଓ ଆଳତୀ କରାଯାଇଥିଲା। ଏହାକୁ ଦେଖିବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ସୋମବାର ରାତିରେ ନନ୍ଦପଡା ବମବରାଡ ବାଲୁଙ୍କେଶ୍ୱର ବାବାଙ୍କର ନିର୍ବନ୍ଧ କାର୍ଯ୍ୟ ବା ପତରପେଣ୍ଡି ସମ୍ପନ୍ନ ହୋଇଥିଲା। ଆସନ୍ତା ୭ ତାରିଖରେ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ।
from OTV Khabar http://bit.ly/2KoRSYI
No comments: