ଆଜିଠୁ ଟିମ୍ ଇଣ୍ଡିଆର ବିଶ୍ୱକପ ଅଭିଯାନ। ସାଉଥହମ୍ପଟନରେ ହେବ ହାଇଭୋଲଟେଜ୍ ମ୍ୟାଚ୍। ଦକ୍ଷିଣ ଆଫ୍ରିକାକୁ ଭେଟିବେ କୋହଲୀ ବାହିନୀ Kanak News
କନକ ବ୍ୟୁରୋ: ଆଜିଠାରୁ ଟିମ ଇଣ୍ଡିଆର ବିଶ୍ୱକପ ଅଭିଯାନ। ସାଉଥହମ୍ପଟନରେ ହେବ ହାଇଭୋଲଟେଜ୍ ମ୍ୟାଚ୍ । ରୋଜବାଉଲ୍ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମଇଣ୍ଡିଆ । ଅପରାହ୍ନ ୩ଟାରେ ଖେଳାଯିବ ମ୍ୟାଚ । ଚଳିତ ବିଶ୍ୱକପରେ ଏହା ଭାରତ ପାଇଁ ଓପନିଂ ମ୍ୟାଚ୍ । ଏଥିରୁ ବିଜୟରୁ ଅଭିଜାନ ଆରମ୍ଭ କରିବା ଟାର୍ଗେଟରେ ଅଛି ଟିମଇଣ୍ଡିଆ । ସେପଟେ କିନ୍ତୁ ବର୍ତ୍ତମାନ ସୁଦ୍ଧା ଦକ୍ଷିଣଆଫ୍ରିକା ପାଇଁ ବିଶ୍ୱକପ୍ ସେତେଟା ଭଲ ରହିନି । ଦଳ ଖେଳିଥିବା ପ୍ରଥମ ୨ ଟି ଯାକ ମ୍ୟାଚରେ ପରାସ୍ତ ହୋଇଛି । ଫଳରେ ଭାରତ ବିପକ୍ଷ ମ୍ୟାଚ ପାଇଁ ଚାପରେ ରହିବ ଦକ୍ଷିଣ ଆଫ୍ରିକା । ଏହାର ଫାଇଦା ନେବାକୁ ପୁରା ପ୍ରସ୍ତୁତ କରିଛନ୍ତି କ୍ୟାପଟେନ୍ କୋହଲି ।
ରୋହିତ, ଶିଖରଙ୍କୁ ନେଇ ଟିମଇଣ୍ଡିଆର ଓପନିଂ ଯୋଡି ବେଶ୍ ମଜବୁତ୍ ରହିଛି । ତୃତୀୟ ସ୍ଥାନରେ କ୍ୟାପଟେନ୍ କୋହଲି , ଚତୁର୍ଥ ସ୍ଥାନ ପାଇଁ ୱାର୍ମ ଅପ୍ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିବା କେ ଏଲ୍ ରାହୁଲ ବଡ ଦାବିଦାର ଅଛନ୍ତି । ପଂଚମ ସ୍ଥାନରେ ଧୋନୀ ଓ ଷଷ୍ଠ ସ୍ଥାନ ସଂଭାଳିବେ ହାର୍ଦିକ୍ ପାଣ୍ଡ୍ୟା । ୩ ପେସର ଓ ୨ ସ୍ପିନରଙ୍କୁ ନେଇ ପଡିଆକୁ ଓହ୍ଲାଇପାରେ ଭାରତ । ଏପରି ହେଲେ ଚହଲ ଓ କୁଲଦୀପଙ୍କ ହାତରେ ରହିବ ସ୍ପିନ୍ ଭାର । ବୁମରାଙ୍କ ନେତୃତ୍ୱରେ ପେସ୍ ଆଟାକ୍ ସଂଭାଳିବେ ଭୁବି ଓ ସାମି । ଚୂଡାନ୍ତ ଦଳରେ କେଦାର ଯାଦବଙ୍କୁ ସ୍ଥାନ ଦେବା ସପକ୍ଷରେ ଅଛନ୍ତି କୋହଲି ।
ସେପଟେ ଭାରତ ବିପକ୍ଷ ମ୍ୟାଚ ଆଗରୁ ଦକ୍ଷିଣ ଆଫ୍ରିକାକୁ ବିଶ୍ୱକପରେ ଲାଗିଛି ଡବଲ୍ ଝଟକା । ଆହତ କାରଣରୁ ଦଳର ଦୁଇ ଷ୍ଟାର ପେସର ଡାଲ୍ ଷ୍ଟେନ୍ ଓ ଲୁଂଗି ନିଗଡି ବିଶ୍ୱକପରୁ ବାହାର ହୋଇଯାଇଛନ୍ତି । ଏହି ଦୁଇ ବୋଲରଙ୍କ ଅଭାବ ବିଶ୍ୱକପରେ ଦଳ ନିଶ୍ଚୟ ଅନୁଭବ କରିବ । ରାବଡାଙ୍କ ପେସ୍ ଓ ଇମ୍ରାନ୍ ତାହିରଙ୍କ ସ୍ପିନ୍ ଉପରେ ଦଳ ନିର୍ଭର କରିବ । ବର୍ତମାନ ସୁଦ୍ଧା ବିଶ୍ୱକପ୍ ରେ କ୍ଲିକ୍ କରିନଥିବା ବ୍ୟାଟିଂ ଲାଇନ୍ କ୍ୟାପଟେନ୍ ଡୁପ୍ଲେସିସଙ୍କ ପାଇଁ ଭାରତ ବିପକ୍ଷରେ ଚିନ୍ତା ବଢାଇବ ନିଶ୍ଚୟ ।
ବିଶ୍ୱକପ୍ ଇତିହାସରେ ବର୍ତ୍ତମାନ ସୁଦ୍ଧା ଦୁଇ ଟିମ୍ ୪ ଥର ମୁହାଁମୁହିଁ ହୋଇଛନ୍ତି । ଦକ୍ଷିଣଆଫ୍ରିକା ୩ ଟି ଓ ଭାରତ ଜିତିଛି ଗୋଟିଏ ମ୍ୟାଚ୍ । ୨୦୧୯ ବିଶ୍ୱକପରେ ଚିତ୍ର ପୁରା ଭିନ୍ନ । ଇଂଲଣ୍ଡ ଓ ବାଂଲାଦେଶ ଠାରୁ ମାଡ ଖାଇଥିବା ଦକ୍ଷିଣ ଆଫ୍ରିକା ଏବେ ଚାପରେ । ପଡିଆ ବଦଳିବା ସହ ଭାଗ୍ୟ ବଦଳାଇବା ମୁଡରେ ରହିବ ଟିମ୍ । ତେବେ ଏହାକୁ ଚେକ୍ ଦେଇ ଫାଫ୍ ଡୁପ୍ଲେସିସଙ୍କ ଟିମ୍ କୁ ମାତ୍ ଦେବାକୁ ସ୍ପେଶାଲ ଗେମ୍ ପ୍ଲାନ ସହ ପଡିଆକୁ ଓହ୍ଲାଇବ ଟିମଇଣ୍ଡିଆ ।
from Kanak News http://bit.ly/2XAjVIg http://bit.ly/2wBbh0n
No comments: