ନୂଆଦିଲ୍ଲୀ: ଆଜିଠାରୁ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ବିଶ୍ୱକପ୍ର ପ୍ରଥମ ମୁକାବିଲାରେ ସାଉଥ ଆଫ୍ରିକା ବିରୋଧରେ ପଡ଼ିଆକୁ ଓହ୍ଲାଇବ ବିରାଟ ବାହିନୀ। ଗତ ୨ ବର୍ଷ ମଧ୍ୟରେ ୧୩ଟି ସିରିଜରୁ ୧୦ଟିରେ ବିଜୟୀ ହୋଇଥିବା ଟିମ୍ ଇଣ୍ଡିଆ ତୃତୀୟ ଥର ପାଇଁ ବିଶ୍ୱକପ ଟ୍ରଫି ଜିତିବା ପାଇଁ ଲକ୍ଷ୍ୟ ରଖିଛି।
ଟିମ ଇଣ୍ଡିଆର ଟପ୍ ଅର୍ଡର ବ୍ୟାଟସମ୍ୟାନରେ ଶିଖର ଧାଓ୍ୱନ ଓ ରୋହିତ ଶର୍ମାଙ୍କ ରହିଛନ୍ତି। ସେହିପରି ଜସପ୍ରିତ ବୁମରାହଙ୍କ ନେତୃତ୍ୱାଧିନ ପେସ୍ ବୋଲିଂ ଏବଂ ରିଷ୍ଟ୍ ସ୍ପିନର କୁଲଦୀପ ଯାଦବ ଓ ୟୁଜଭେନ୍ଦ୍ର ଚହଲଙ୍କ ଯୋଡି ଯେ କୌଣସି ଦଳର ବ୍ୟାଟସମ୍ୟାନଙ୍କୁ ଅସୁବିଧାରେ ପକାଇବାର କ୍ଷମତା ରଖିଛନ୍ତି।
ଦୁଇ ଶକ୍ତିଶାଳୀ ଦଳ ଏହି ମ୍ୟାଚରେ ବିଜୟୀ ହେବାକୁ ଆପ୍ରାଣ ଉଦ୍ୟମ କରିବେ। ଆଇସିସି ଦିନିକିଆ ମାନ୍ୟତାରେ ଦ୍ୱିତୀୟ ସ୍ଥାନରେ ଭାରତ ଥିବା ବେଳେ ତୃତୀୟ ସ୍ଥାନରେ ରହିଛି ସାଉଥ ଆଫ୍ରିକା। କିନ୍ତୁ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାର ପଲା ଭାରି ରହିଥିବା ବେଳେ ୨୦୧୫ ବିଶ୍ୱକପ୍ ପରଠାରୁ ଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରି ଆସୁଛି।
ଅନ୍ୟପକ୍ଷରେ ସାଉଥ ଆଫ୍ରିକା ଏହି ଟୁର୍ଣ୍ଣାମେଣ୍ଟରେ ଭଲ ଆରମ୍ଭ କରିନାହିଁ। ଖେଳାଳିଙ୍କ ଆହତ ସମସ୍ୟା ଯୋଗୁଁ ଅଡୁଆରେ ପଡିଥିବା ସାଉଥ୍ ଆଫ୍ରିକା ଟିମ୍ ୨ଟି ମ୍ୟାଚରେ ପରାସ୍ତ ହୋଇଛି। ତେଣୁ ଭାରତ ବିପକ୍ଷ ମ୍ୟାଚ ଜିତି ବିଶ୍ୱକପ ବିଜୟ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି।
ଆଇସିସି ଦିନିକିଆ ମାନ୍ୟତାର ଦ୍ୱିତୀୟ ସ୍ଥାନରେ ଭାରତ ଥିବା ବେଳେ ତୃତୀୟ ସ୍ଥାନରେ ସାଉଥ ଆଫ୍ରିକା ରହିଛି। ସାଉଥ ଆଫ୍ରିକାର ବୋଲିଂ ବିଭାଗ ବେଶ ଶକ୍ତିଶାଳୀ ଥିବା ବେଳେ ବ୍ୟାଟିଂ ପ୍ରଦର୍ଶନ ଆଶାନୁରୂପ ନୁହେଁ।
ଭାରତ ପୂର୍ବରୁ ୨ଟି ବିଶ୍ୱକପ ହାସଲ କରିଛି। ୧୯୮୩ରେ କପିଲ ଦେବଙ୍କ ନେତୃତ୍ୱରେ ପ୍ରଥମ ଥର ବିଶ୍ୱକପ ବିଜୟୀ ହୋଇଥିବା ବେଳେ ୨୦୧୧ରେ ଘରୋଇ ମାଟିରେ ବିଶ୍ୱକପ୍ ତାଜ୍ ପିନ୍ଧିଥିଲା ଟିମ୍ ଇଣ୍ଡିଆ। ଏଥର ମଧ୍ୟ ବିରାଟ କୋହିଲଙ୍କ ନେତୃତ୍ୱରେ ତୃତୀୟ ଓ୍ୱାର୍ଲଡ କପ୍ ଟ୍ରଫି ହାସଲ କରି ଇତିହାସ ରଚିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ।
from OTV Khabar http://bit.ly/2JYCwuO
No comments: