କେବଳ ସମୁଦ୍ର ନୁହେଁ, ଏବେ ପରିବେଶ ମଧ୍ୟ ସୁରକ୍ଷା କରିବ ନୌସେନା : ଅସ୍ତ୍ର ରୂପେ ବ୍ୟବହାର ହେବ ବାୟୋଡିଜେଲ ଓ ସୋଲାର ପାୱାର Kanak News
କନକ ବ୍ୟୁରୋ : କେବଳ ସମୁଦ୍ର ନୁହେଁ ଏବେ ପରିବେଶ ସୁରକ୍ଷା କରିବ ଭାରତୀୟ ନୌସେନା । ଭାରତୀୟ ନୌସେନା ପରିବେଶ ରକ୍ଷା ପାଇଁ ବିଭିନ୍ନ ପ୍ରକାରର ଉଦ୍ୟମ କରୁଛି । ପରିବେଶ ସୁରକ୍ଷା ପାଇଁ ନିଜ ବଜେଟର ୧.୫ ପ୍ରତିଶତ ଅଂଶ ବ୍ୟବହାର କରିବା ପାଇଁ ନିଷ୍ପତ୍ତି ନେଇଛି ଭାରତୀୟ ବାୟୁସେନା । ଇଣ୍ଡିଆନ ନ୍ୟାଭି ଏନଭରମେଣ୍ଟ କନଜରଭେଶନ ରୋଡମ୍ୟାପ (ଆଇଏନଇସିଆର) ବଳରେ ଏବେ ପରିବେଶ ସୁରକ୍ଷା ପାଇଁ ସବୁ ପ୍ରକାର ଚେଷ୍ଟା କରିବ । ତେବେ ଏଥିପାଇଁ କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଛି ନୌସେନା । ଭିନ୍ନ ଭିନ୍ନ ନୌସେନା ବେସରେ ୨୪ ମେଗାୱାଟ୍ କ୍ଷମତାଯୁକ୍ତ ସୋଲାର ପ୍ୟାନେଲ ଲଗାଯାଇଛି । ନୌସେନା ନିଜ ଗାଡ଼ିର ବାୟେଡିଜେଲରେ ଚଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି ।
ବେସରେ ସୋଲାର ପ୍ୟାନେଲ ଓ ପବନ ଜରିଆରେ ବିଦ୍ୟୁତ ଉତ୍ପର୍ଣ୍ଣ ହେବାଯୋଗୁଁ କାର୍ବନ ଉତ୍ସରଣ କମ ହେବା ସହ ଭବିଷ୍ୟତରେ ବିଦ୍ୟୁତ ଉତ୍ପାଦନ ମାମଲାରେ ଆତ୍ମନିର୍ଭରଣୀଳ ହୋଇପାରିବ । ନୌସେନାର ଗାଡ଼ି ଗୁଡ଼ିକ ବାୟୋଡିଜେଲର ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ନୌସେନା ବର୍ଷକୁ ୬୩ହଜାର କିଲୋଲିଟର ହାଇ ସ୍ପିଡ ଡିଜେଲ ବ୍ୟବହାର କରିଥାଏ । ଏବେ ଏଥିରେ ବି୫ ବ୍ଲେଣ୍ଡ ହାଇ ସ୍ପିଡ ଡିଜେଲ ବ୍ୟବହାର କରାଯିବ । ଏହି ପଦକ୍ଷେପ ଦ୍ୱାରା ବାର୍ଷିକ ୫ ପ୍ରତିଶତ ଡିଜେଲ କମ ଖର୍ଚ୍ଚ ହେବ । ୩୧୫ କିଲୋଲିଟର ହାଇ ସ୍ପିଡ଼୍ ଡିଜେଲର କମ୍ ଖର୍ଚ୍ଚ ହେବ ।
ହାଇ ସ୍ପିଡ଼୍ ଡିଜେଲର ବି୫ର ବ୍ଲେଡ଼ିଂର ପ୍ରୋଜେକ୍ଟ ଚଳିତ ବର୍ଷ ବିଶାଖାପାଟଣାରେ ଆରମ୍ଭ ହେବାର ସମ୍ଭାବନା ରହିଛି । ନୌସେନାର ଆଡ୍ଡା ଓ ଜାହାଜରେ କମ ଶକ୍ତି ଖର୍ଚ୍ଚ ହେବା ପାଇଁ ବିଭିନ୍ନ ରୁମରେ ସ୍ୱତନ୍ତ୍ର ପ୍ରକାର ସେନ୍ସର, ବ୍ୟାଟେୀରେ ଚାଲୁଥିବା ଗାଡ଼ି, ସୋଲାର ଷ୍ଟ୍ରିଟ୍ ଲାଇଟ୍, ଏଲଇଡ଼ି ଲାଇଡଟ୍ ଲଗାଇବା ଆରମ୍ଭ ହୋଇଯାଇଛି । ପାଣି ବଂଚାଇବା ପାଇଁ ଡ୍ରିପ୍ ଇରିଗେସନ୍,ରେନ୍ ୱାଟର ହାରଭେଷ୍ଟଙ୍ଗ ଆଦି ବ୍ୟବହାର କରିବା ଆରମ୍ଭ କରିଦେଇଛି ଭାରତୀୟ ନୌସେନା ।
from Kanak News http://bit.ly/2XpaD1H http://bit.ly/2ESwhEy
No comments: