କଳାହାଣ୍ଡି: କଳାହାଣ୍ଡି ଆମପାଣିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝୁଳନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି।
ଚାଷ ଜମିରେ ଥିବା ଏକ ଗଛରେ ଝୁଳନ୍ତା ଅବସ୍ଥାରେ ମୃତଦେହଟିକୁ ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ। ତେବେ ଏହାର ଠିକ୍ ଅଳ୍ପ ଦୂରରେ ଜଣେ ଯୁବତୀ ଜଣକଙ୍କ ମୃତଦେହ ମଧ୍ୟ ଉଦ୍ଧାର କରାଯାଇଛି। ଦୁହିଁଙ୍କ ମୃତଦେହ ଦେଖିବା ପରେ ସ୍ଥାନୀୟ ଲୋକେ ପୁଲିସ୍କୁ ସୂଚନା ଦେଇଥିଲେ।
ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରାଯାଉଛି। ହେଲେ ଏହା ଆତ୍ମହତ୍ୟା ନା ହତ୍ୟା ସେ ନେଇ ପୁଲିସ ଖୋଲତାଡ଼ ଆରମ୍ଭ କରିଛି। ପାରିପାରିର୍ଶ୍ୱିକ ସ୍ଥିତି ଯାଞ୍ଚ କରିବା ଆମପାଣି ପୁଲିସ୍ ମୃତଦେହ ଦୁଇଟିକୁ ଉଦ୍ଧାର କରିଛି।
from OTV Khabar. http://bit.ly/2wSsEKa
ଯୁବକଯୁବତୀଙ୍କ ମୃତଦେହ ଉଦ୍ଧାର OTV KHABAR BUREAU
Reviewed by SUBHENDU BARAL
on
June 13, 2019
Rating:
No comments: