ନୂଆଦିଲ୍ଲୀରେ ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ : ଓଡିଶାକୁ ଷ୍ଟିଲ ରାଜଧାନୀ କରିବା ନେଇ ଆଲୋଚନା ସମ୍ଭାବନା  Kanak News

Naveen and dharmendra pradhan

କନକ ବ୍ୟୁରୋ : ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ଦିଲ୍ଲୀ ସ୍ଥିତ ଓଡିଶା ଭବନରେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହେବ । ବୈଠକରେ ଓଡିଶାର ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଅସଂପୂର୍ଣ୍ଣ ଥିବା ପ୍ରକଳ୍ପ ଉପରେ ଆଲୋଚନା ହେବ । ସେହିପରି ଓଡିଶାକୁ ଷ୍ଟିଲ ରାଜଧାନୀ କରିବା ନେଇ ଦୁଇ ନେତାଙ୍କ ମଧ୍ୟରେ କଥାବାର୍ତ୍ତା ହେବ ବୋଲି ସୂଚନା ମିଳିଛି ।

ଧର୍ମେନ୍ଦ୍ର ଓ ନବୀନ ପଟ୍ଟନାୟକଙ୍କ ସାକ୍ଷାତ ଆଲୋଚନାକୁ ନେଇ ରାଜ୍ୟରେ ଚର୍ଚ୍ଚା ସରଗରମ ହୋଇଛି । ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଥିବା କହିଛି ବିଜେଡି । ବିଜେପି ନେତା କହୁଛନ୍ତି, ରାଜ୍ୟର ବିକାଶ ପ୍ରସଙ୍ଗକୁ ଦଳ ସମର୍ଥନ କରିବ । ସେପଟେ ପିସିସି ସଭାପତି କହିଛନ୍ତି, ବିଜେପିର ନିକଟତର ହେବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି ।



from Kanak News http://bit.ly/2MMYJOk http://bit.ly/2IeNM3K
ନୂଆଦିଲ୍ଲୀରେ ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ : ଓଡିଶାକୁ ଷ୍ଟିଲ ରାଜଧାନୀ କରିବା ନେଇ ଆଲୋଚନା ସମ୍ଭାବନା  Kanak News ନୂଆଦିଲ୍ଲୀରେ ଆଜି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ : ଓଡିଶାକୁ ଷ୍ଟିଲ ରାଜଧାନୀ କରିବା ନେଇ ଆଲୋଚନା ସମ୍ଭାବନା  Kanak News Reviewed by SUBHENDU BARAL on June 13, 2019 Rating: 5

No comments:

Powered by Blogger.