ନଟିଂହାମରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ବର୍ଷା ସାଜିଲା ବାଧକ । ମ୍ୟାଚ୍ ବାତିଲ୍, ଉଭୟ ଦଳକୁ ମିଳିଲା ୧-୧ ପଏଂଟ୍ Kanak News

କନକ ବ୍ୟୁରୋ : ଗୁରୁବାର ନଟିଂହାମରେ ହେବାକୁ ଥିବା ଭାରତ ଓ ନ୍ୟୁଜିଲାଣ୍ଡ ମ୍ୟାଚ ବର୍ଷା ଯୋଗୁଁ ବାତିଲ ହୋଇ ଯାଇଛି । ଫଳରେ ଉଭୟ ଦଳ ଗୋଟିଏ ଗୋଟିଏ ପଏଂଟ ବାଂଟି ନେଇଛନ୍ତି । ଏହି ପଏଂଟ ସହ ନ୍ୟୁଜିଲାଣ୍ଡ ତାଲିକାର ପ୍ରଥମ ସ୍ଥାନରେ ସ୍ଥିର ରହିଛି । କିନ୍ତୁ ଭାରତ ଇଂଲଣ୍ଡକୁ ପଛରେ ପକାଇ ତାଲିକାରେ ତୃତୀୟ ସ୍ଥାନରେ ରହିଛି । ଚଳିତ ବିଶ୍ୱକପରେ ତୃତୀୟ ଥର ପାଇଁ ମ୍ୟାଚ ବାତିଲ ହେବା ସହ ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ନୈରାଶ୍ୟଜନକ ଖବର ହୋଇଛି ।

ପୂର୍ବରୁ ଏହିଭଳି ଦୁଇଟି ମ୍ୟାଚ ବାତିଲ ହୋଇଥିଲା । ଗୁରୁବାର ମୁକାବିଲା ପାଇଁ ସଜବାଜ ହୋଇ ବସିଥିଲେ ମଧ୍ୟ ବର୍ଷା ଟସ୍ ପଡିବାକୁ ସୁଯୋଗ ବି ଦେଇ ନଥିଲା । ପଡିଆ ଓ ଆଉଟ୍ ଫିଲ୍ଡକୁ ବାରମ୍ବାର ନୀରିକ୍ଷଣ କରିବା ପରେ ଅମ୍ପାୟାର ଶେଷରେ ସ୍ଥାନୀୟ ସମୟ ଅପରାହ୍ନ ୩ଟା ଏବଂ ଭାରତୀୟ ସମୟ ସାଢ଼େ ସାତଟାରେ ମ୍ୟାଚକୁ ବାତିଲ କରି ଦେଇଥିଲେ । ନଟିଂହାମରେ ବର୍ଷା ସହ ଘଡଘଡି ଲାଗି ରହିଥିବାରୁ ଗ୍ରାଉଣ୍ଡମ୍ୟାନଙ୍କ ସତ ଚେଷ୍ଟା ସତ୍ୱେ ପିଚ୍ ଓ ପଡିଆ ଖେଳ ଉପଯୋଗୀ ହୋଇ ପାରିନଥିଲା ।



from Kanak News http://bit.ly/2ZkNUVl http://bit.ly/2MOIUqx
ନଟିଂହାମରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ବର୍ଷା ସାଜିଲା ବାଧକ । ମ୍ୟାଚ୍ ବାତିଲ୍, ଉଭୟ ଦଳକୁ ମିଳିଲା ୧-୧ ପଏଂଟ୍ Kanak News ନଟିଂହାମରେ ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚରେ ବର୍ଷା ସାଜିଲା ବାଧକ । ମ୍ୟାଚ୍ ବାତିଲ୍, ଉଭୟ ଦଳକୁ ମିଳିଲା ୧-୧ ପଏଂଟ୍ Kanak News Reviewed by SUBHENDU BARAL on June 13, 2019 Rating: 5

No comments:

Powered by Blogger.