
କନକ ବ୍ୟୁରୋ : ଶ୍ରୀମନ୍ଦିର ଭିତରେ ବିଭିନ୍ନ ମରାମତି କାର୍ଯ୍ୟର ଆବଶ୍ୟକତା ରହିଛି। ମହାପ୍ରଭୁ ରଥଯାତ୍ରାରେ ଶ୍ରୀମନ୍ଦିରରୁ ବାହାରିଲା ପରେ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ଏଏସ୍ଆଇ ଓ ପୂର୍ତ୍ତ ବିଭାଗକୁ ସେହି ଅନୁଯାୟୀ ପ୍ରସ୍ତୁତି ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ୫ରୁ କାମ ଆରମ୍ଭ ହୋଇ ୧୪ରେ ସରିବ। ଏଏସ୍ଆଇ ଓ ପୂର୍ତ୍ତ ବିଭାଗ ସହ ଶ୍ରୀମନ୍ଦିର ପ୍ରଶାସନର ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ୪ ତାରିଖରେ ଶ୍ରୀଜୀଉ ରଥାରୁଢ଼ ହେଲା ପରେ ମରାମତି ପ୍ରକ୍ରିୟା ଆରମ୍ଭ ହେବ। ୫ ଓ ୬ ତାରିଖରେ ଏଏସ୍ଆଇର ବିଶେଷଜ୍ଞ, ଅଧିକାରୀ, ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ଟିମ୍ ମନ୍ଦିର ଭିତରେ ଯାଞ୍ଚ୍ କରିବ। ସମସ୍ତେ ଧୋତି ପିନ୍ଧି ମନ୍ଦିରରେ ପ୍ରବେଶ କରିବେ।
ନୀଳଚକ୍ରରେ ଥିବା ମରାମତି କାର୍ଯ୍ୟ ସହ ନାଟମଣ୍ଡପ, ଜଗମୋହନ, ଗର୍ଭଗୃହ, ରୋଷଘର ଆଦି ତନ ତନ କରି ଯାଞ୍ଚ୍ ହେବ। ଯେଉଁଠି ମରାମତି ଆବଶ୍ୟକ ଥିବ, ତାହାର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯିବ। ୭ ତାରିଖରେ ହିଁ କାମ ଆରମ୍ଭ ହେବ। ମରାମତି କାର୍ଯ୍ୟ ସହ ବିଦ୍ୟୁତ ଭିତ୍ତିଭୂମିର ମରାମତି କାର୍ଯ୍ୟ ମଧ୍ୟ କରାଯିବ। ୧୪ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ। ୧୫ ତାରିଖ ନୀଳାଦ୍ରି ବିଜେ ପୂର୍ବରୁ ଏଏସ୍ଆଇ ସମସ୍ତ କାର୍ଯ୍ୟ ଶେଷ କରି ଶ୍ରୀମନ୍ଦିର ପ୍ରଶାସନକୁ ରିପୋର୍ଟ ଦେବ। ସେହିପରି ଫନି ପ୍ରଭାବରେ ଭାଙ୍ଗିଯାଇଥିବା ଜୟ-ବିଜୟ ମୂର୍ତ୍ତିଙ୍କୁ ଜୁଲାଇ ୧୬ ତାରିଖରେ ଏଏସ୍ଆଇ ସ୍ଥାପନ କରିବ ବୋଲି ସ୍ଥିର ହୋଇଛି।
ଯେହେତୁ ତାରିଖ ଯଥେଷ୍ଟ ପୂର୍ବରୁ ନିର୍ଦ୍ଧାରିତ ହୋଇଛି, ତେଣୁ ସେହି ଅନୁଯାୟୀ ଆବଶ୍ୟକ ସାମଗ୍ରୀ ଓ ଯନ୍ତ୍ରପାତି ପ୍ରସ୍ତୁତ ରଖିବାକୁ ଏଏସ୍ଆଇକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ବୈଠକରେ ଏଏସ୍ଆଇ ଓ ପୂର୍ତ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।from Kanak News http://bit.ly/2XbM9fy http://bit.ly/2RdPGVp
ଜୁନ ୫ରୁ ଶ୍ରୀମନ୍ଦିର ମରାମତି କାମ ଆରମ୍ଭ ହେବ ! ନୀଳାଦ୍ରୀ ବିଜେ ପୂର୍ବରୁ କାମ ସରିବାକୁ ରହିଛି ଲକ୍ଷ୍ୟ Kanak News
Reviewed by SUBHENDU BARAL
on
June 12, 2019
Rating:
No comments: