
କନକ ବ୍ୟୁରୋ : ପ୍ରଚଣ୍ଡ ଖରାର ପ୍ରକୋପରେ ଛଟପଟ ହେଉଛନ୍ତି ରାଜ୍ୟବାସୀ। ଅଂଶୁଘାତ ଯୋଗୁଁ ବିଭିନ୍ନ ସ୍ଥାନରେ ୭ ଜଣ ପ୍ରାଣ ହରାଇଥିବାର ଅଭିଯୋଗ ହୋଇଛି। କେବଳ ବରଗଡ଼ ଜିଲ୍ଳାର ବରଗଡ଼ ବ୍ଲକରେ ତିନି ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଲିସାହିପାଟଣା ପଂଚାୟତ ମଧୁପୁର ଗାଁର ଭୋଳାନାଥ ନାୟକ (୬୫) ମଧ୍ୟ ଅଂଶୁଘାତରେ ପ୍ରାଣ ହରାଇଥିବାର ଅଭିଯୋଗ ହୋଇଛି।
ଖୋର୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ସାନ ହନ୍ତୁଆଡ ଶ୍ୟାମସୁନ୍ଦରପୁର ଗ୍ରାମର ସ୍ବର୍ଗତ କପିଳ ବିଶ୍ବାଳଙ୍କ ପତ୍ନୀ କୁମୁଦ (୬୦)ଙ୍କର ଆଜି ଅଂଶୁଘାତରେ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।ରାଇରଙ୍ଗପୁର ବାଇଦାପୋଷି ପ୍ରାଥମିକ ସ୍କୁଲ ନିକଟରେ ଜନୈକ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବ୍ୟକ୍ତି ଜଣକ ବଣପାଖନା ପଞ୍ଚାୟତର ଗଡ଼ସାହିର ରାମସିଂହ ମୁର୍ମୁଙ୍କ ପୁଅ ଦୁର୍ଗା ଚରଣ ମୁର୍ମୁ। ଦୁର୍ଗାଙ୍କ ମୃତ୍ୟୁ ଅଂଶୁଘାତଜନିତ ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।
ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ କ୍ଷେତ୍ରରେ ଡ୍ୟୁଟିରତ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ପୂର୍ବାହ୍ନ ୧୧ଟାରେ କୁମ୍ଭାରଗାଁ ପଞ୍ଚାୟତ ଦାୟିତ୍ବରେ ଥିବା ବେଗୁନିଆପଡ଼ା ବ୍ଳକ କନିଷ୍ଠ ଯନ୍ତ୍ରୀ ସୁଧୀର କୁମାର ହୋତା(୫୨) କ୍ଷେତ୍ର ପରିଦର୍ଶନ କରି ବ୍ଲକକୁ ଫେରିବା ସମୟରେ ଅଙ୍ଗାର ଗାଁ ଠାରେ ହଠାତ୍ ମୁଣ୍ଡ ବୁଲାଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ସ୍ଥାନୀୟ ଲୋକେ ତୁରନ୍ତ ସୁମଣ୍ଡଳ ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରା ଯାଇଥିଲା। ମେଡିକାଲରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଜଣାଇଥିଲେ।
from Kanak News http://bit.ly/2F6zzEe http://bit.ly/2IBJVwH
ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ଅଣାୟତ୍ତ ! ଅଂଶୁଘାତରେ ୭ ପ୍ରାଣ ହରାଇଥିବା ନେଇ ଅଭିଯୋଗ Kanak News
Reviewed by SUBHENDU BARAL
on
June 12, 2019
Rating:
No comments: