ରଜକୁ ଫିକା କରିପାରେ ବର୍ଷା: ଆସନ୍ତା ୧୬ ତାରିଖ ଯାଏଁ ଏହିସବୁ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା Kanak News

କନକ ବ୍ୟୁରୋ: ଆସନ୍ତା ୧୨ ଘଣ୍ଟା ମଧ୍ୟରେ କୋରାପୁଟ, ଗଜପତି, ଗଞ୍ଜାମ, ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, ମୟୁରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଆଦି ସ୍ଥାନରେ ହାଲକା ବର୍ଷା ସହିତ କାଳବୈଶାଖୀ ସମ୍ଭାବନା ଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ।

ସେହିପରି ଆଜି କାଲି ମଧ୍ୟରେ କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା, ଗଞ୍ଜାମ, ପୁରୀ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, କନ୍ଧମାଳ, ବରଗଡ଼, ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ନୟାଗଡ଼ ଆଦି ସ୍ଥାନରେ ବର୍ଷା ହେବା ସହିତ ଅନ୍ୟ ସବୁ ସ୍ଥାନରେ ପାଗ ମୁଖ୍ୟତଃ ଶୁଖିଲା ରହିବ।

୧୩ରୁ ୧୪ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶା, ଅନୁଗୁଳ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ଝାରସୁଗୁଡା, ସୁନ୍ଦରଗଡ଼, ସମ୍ବଲପୁର, ଦେଓଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଢ଼େଙ୍କାନାଳ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ହାଲକା ବର୍ଷା ସମ୍ଭାବନା ରହିଛି। ୧୬ ତାରିଖ ପରେ ପାଗ ମୁଖ୍ୟତଃ ଶୁଖିଲା ରହିବ।



from Kanak News http://bit.ly/2WwIZ1F http://bit.ly/31qyOiW
ରଜକୁ ଫିକା କରିପାରେ ବର୍ଷା: ଆସନ୍ତା ୧୬ ତାରିଖ ଯାଏଁ ଏହିସବୁ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା Kanak News ରଜକୁ ଫିକା କରିପାରେ ବର୍ଷା: ଆସନ୍ତା ୧୬ ତାରିଖ ଯାଏଁ ଏହିସବୁ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା Kanak News Reviewed by SUBHENDU BARAL on June 11, 2019 Rating: 5

No comments:

Powered by Blogger.