ପାକିସ୍ତାନକୁ ସୁରକ୍ଷା ଦେବା ଲାଗି ଆଗେଇ ଆସିଲା ଚୀନ । ଏସସିଓ ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ ନକରିବାକୁ ଭାରତକୁ ଦେଲା ପରାମର୍ଶ Kanak News

କନକ ବ୍ୟୁରୋ : ସାଂଘାଇ ସହଯୋଗ ସଂଗଠନ (ଏସସିଓ) ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ୍ ନକରିବାକୁ ଭାରତକୁ ପରାମର୍ଶ ଦେଇଛି ଚୀନ୍। କିର୍ଗିଜସ୍ତାନର ରାଜଧାନ ବିସ୍କେକରେ ୧୩ ଓ ୧୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଆର୍ଥିକ ପ୍ରସଙ୍ଗ ଏବଂ ଆଞ୍ଚଳିକ ନିରାପତ୍ତା ଉପରେ ଆଲୋଚନା ହେବ, କିନ୍ତୁ ଏଥିରେ କୌଣସି ରାଷ୍ଟ୍ରକୁ ଟାର୍ଗେଟ୍ କରାଯିବା ଉଚିତ ନୁହେଁ ବୋଲି ଚୀନ୍ କହିଛି।
ବିଭିନ୍ନ ଅନ୍ତର୍ଜାତୀୟ ଫୋରମରେ ଭାରତ ପାକିସ୍ତାନର ମୁଖା ଖୋଲି ଦେଉଥିବାରୁ ଏଥର ପାକିସ୍ତାନକୁ ସୁରକ୍ଷା ଦେବାକୁ ଚୀନ୍ ଆଗୁଆ ପଦକ୍ଷେପ ନେଇ ଭାରତ ଉପରେ ଚାପ ସୃଷ୍ଟି କରିବାକୁ ଚାହୁଛି । ଏସସିଓ ଚୀନ୍ ନେତୃତ୍ବରେ ୮ଟି ସଦସ୍ୟ ରାଷ୍ଟ୍ରକୁ ନେଇ ଗଠିତ ହୋଇଥିବା ବେଳେ ଏଥିରେ ପାକିସ୍ତାନ ମଧ୍ୟ ସଦସ୍ୟ ରହିଛି।
from Kanak News http://bit.ly/2KHKMyz http://bit.ly/31m1hq9
ପାକିସ୍ତାନକୁ ସୁରକ୍ଷା ଦେବା ଲାଗି ଆଗେଇ ଆସିଲା ଚୀନ । ଏସସିଓ ସମ୍ମିଳନୀରେ ପାକିସ୍ତାନକୁ ଟାର୍ଗେଟ ନକରିବାକୁ ଭାରତକୁ ଦେଲା ପରାମର୍ଶ Kanak News
Reviewed by SUBHENDU BARAL
on
June 11, 2019
Rating:
No comments: