ଶ୍ରୀମନ୍ଦିର ମରାମତି ପାଇଁ ପଦକ୍ଷେବ ନେବ ଏଏସଆଇ । ରାସାୟନିକ ଅନୁଧ୍ୟାନ ପରେ ସୁଦୃଢ କରାଯିବ ନୀଳଚକ୍ର : ସେପଟେ ଜୁଲାଇ୫ରୁ ୧୪ ତାରିଖ ଭିତରେ ଶ୍ରୀମନ୍ଦିରର ହେବ ମରାମତି Kanak News

କନକ ବ୍ୟୁରୋ : ଅଧିକ ସୁଦୃଢ ହେବ ଶ୍ରୀମନ୍ଦିରର ନୀଳଚକ୍ର । ନୀଳଚକ୍ରର କେମିକାଲ ଆନାଲିସିସ ପରେ ଏଦିଗରେ ପଦକ୍ଷେପ ନିଆଯିବ । ଶ୍ରୀମନ୍ଦିର ସୁରକ୍ଷା ନେଇ ଅନୁଷ୍ଠିତ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତି ନିଆଯାଇଛି । ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ଏହି ସମୀକ୍ଷା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ ସମେତ ପୂର୍ତସଚିବ କିଷନ କୁମାର ଓ ଏଏସଆଇର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଆସନ୍ତା ଜୁଲାଇ ୪ ତାରିଖରେ ରଥଯାତ୍ରା ପଡୁଥିବା ବେଳେ ୧୫ ତାରିଖରେ ରହିଛି ବାହୁଡା ଯାତ୍ରା ।

from Kanak News http://bit.ly/2WAp6XJ http://bit.ly/2RdPGVp
No comments: