ଫନିକୁ ମାସେ ପୁରିଲା, ହେଲେ ବ୍ରହ୍ମଗିରିରେ ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନି ବିଦ୍ୟୁତ୍ ସେବା : ପୁରୀ-ସାତପଡ଼ା ରାଜପଥ ୮ ଘଣ୍ଟା ବନ୍ଦ Kanak News

କନକ ବ୍ୟୁରୋ : ଅତି ପ୍ରଳୟଙ୍କରୀ ବାତ୍ୟା ‘ଫନି’କୁ ମାସେ ବିତିଯାଇଥିଲା ବେଳେ ବ୍ରହ୍ମଗିରି ଅଞ୍ଚଳରେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ସେବା ସ୍ବାଭାବିକ ହୋଇପାରି ନାହିଁ । ବ୍ରହ୍ମଗିରି ବଜାର ଓ ଏହାର ଆଖପାଖ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ହୋଇଛି । ମାତ୍ର ଗାଁ ଗହଳିରେ ଆଜି ସୁଦ୍ଧା କାମ ଆରମ୍ଭ ହୋଇ ନାହିଁ । ଫଳରେ ଲୋକଙ୍କ ଅସନ୍ତୋଷ ବଢ଼ିବାରେ ଲାଗିଛି । ବିଦ୍ୟୁତ୍ ସଂଯୋଗ ବିଳମ୍ବିତ ହେଉଥିବାରୁ ଏହାର ପ୍ରତିବାଦରେ ଆଜି ସ୍ଥାନୀୟ ରେଣ୍ତା ଓ ଆଖପାଖ ଗ୍ରାମର ଲୋକମାନେ ପୁରୀ-ସାତପଡା ରାଜପଥର ରେଣ୍ଢା ଛକ ଠାରେ ରାସ୍ତାରୋକ କରିଛନ୍ତି ।

 

ମିଳିଥିବା ସୂଚନା ଅନୁଯାୟୀ, ବାତ୍ୟାରେ ବ୍ରହ୍ମଗିରିରେ ବିଦ୍ୟୁତ୍ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଛାରଖାର ହୋଇଯାଇଥିଲା ବେଳେ ପୁନରୁଦ୍ଧାର କାର‌୍ୟ୍ୟ ବିଳମ୍ବିତ ହେଉଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ରେଣ୍ଢା ଓ ଏହାର ଆଖପାଖ ୪ଟି ଗାଁରେ ବିଦ୍ୟୁତ୍ ସଂଯୋଗ ଦିଆଯାଇ ନଥିବାରୁ ଲୋକମାନେ ଏସଂପର୍କରେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇ ଆସୁଥିଲେ। ବିଭାଗୀୟ ଅଧିକାରୀ ତୁରନ୍ତ ବିଦ୍ୟୁତ୍ ସଂଯୋଗ କରିବାକୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ । ମାତ୍ର ଏହା ପୂରଣ ନ ହେବାରୁ ଆଜି ଉତ୍ୟକ୍ତ ଲୋକମାନେ ପୁରୀ–ସାତପଡା ରାଜପଥରେ ବଡ଼ ବଡ଼ କାଠ ଗଣ୍ଡି ଓ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।

ସକାଳ ୭ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଥିବା ବେଳେ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ନଥିଲେ । ଫଳରେ ରାସ୍ତା ଉପରେ ଶହ ଶହ ଯାନବାହନ ଅଟକି ରହିଥିଲା । ଏମିତିକି ରୋଗୀ ଆଣିବାକୁ ଯାଉଥିବା ଆମ୍ବୁଲାନ୍ସ ମଧ୍ୟ ଯାଇ ପାରି ନଥିଲା । ଅପରାହ୍ନ ୩ଟା ବେଳକୁ ପ୍ରଶାସନିକ ଅଧିକାରୀ, ବିଦ୍ୟୁତ୍ ବିଭାଗର ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।



from Kanak News http://bit.ly/2MuQy9j http://bit.ly/2KwtqF0
ଫନିକୁ ମାସେ ପୁରିଲା, ହେଲେ ବ୍ରହ୍ମଗିରିରେ ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନି ବିଦ୍ୟୁତ୍ ସେବା : ପୁରୀ-ସାତପଡ଼ା ରାଜପଥ ୮ ଘଣ୍ଟା ବନ୍ଦ Kanak News ଫନିକୁ ମାସେ ପୁରିଲା, ହେଲେ ବ୍ରହ୍ମଗିରିରେ ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନି ବିଦ୍ୟୁତ୍ ସେବା : ପୁରୀ-ସାତପଡ଼ା ରାଜପଥ ୮ ଘଣ୍ଟା ବନ୍ଦ Kanak News Reviewed by SUBHENDU BARAL on June 05, 2019 Rating: 5

No comments:

Powered by Blogger.