ରଥଖଳା ହାଲଚାଲ୍: ଚଳଚଞ୍ଚଳ ରଥଖଳା, ତିନି ରଥର ଚକଡେରା ଓ ମୁହାଁଟ ବାଡ଼ିଆ Kanak News

rathajatra

କନକ ବ୍ୟୁରୋ: ଘୋଷ ଯାତ୍ରା ପାଇଁ ରଥଖଳାରେ ପ୍ରସ୍ତୁତି ଜୋରଦାର ଚାଲିଛି। ଗତକାଲି ରଥଖଳାରେ ରଥ ଚକ ନିର୍ମାଣକୁ ଶେଷ ସ୍ପର୍ଶ ଦିଆଯାଇଛି। ଚକ ନିର୍ମାଣ ସରିବା ପରେ ତିନି ରଥର ମୋଟ ୪୨ ଚକ ଡେରା ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୧୬ ଚକ, ବଡଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥର ୧୪ ଓ ଦେବୀ ସୁଭଦ୍ରାଙ୍କ ଦେବଦଳନ (ଦର୍ପଦଳନ) ରଥର ୧୨ ଚକ ଡେରା ଯାଇଛି। ଏଥି ସହିତ ଅଖଚକ ସଂଯୋଗ କରାଯାଇଛି। ଗତକାଲି ତିନି ରଥର ମୁହାଁଟି ବାଡିଆ କାମ ଆରମ୍ଭ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ନିଷ୍ଠାର ସହିତ ‌ରଥ ନିର୍ମାଣ କାମକୁ ଜାରି ରଖିଛନ୍ତି।



from Kanak News http://bit.ly/2X3GyrU http://bit.ly/2R9av4r
ରଥଖଳା ହାଲଚାଲ୍: ଚଳଚଞ୍ଚଳ ରଥଖଳା, ତିନି ରଥର ଚକଡେରା ଓ ମୁହାଁଟ ବାଡ଼ିଆ Kanak News ରଥଖଳା ହାଲଚାଲ୍: ଚଳଚଞ୍ଚଳ ରଥଖଳା, ତିନି ରଥର ଚକଡେରା ଓ ମୁହାଁଟ ବାଡ଼ିଆ Kanak News Reviewed by SUBHENDU BARAL on June 11, 2019 Rating: 5

No comments:

Powered by Blogger.