ଜେଡିୟୁରୁ କେହି ହେଲେନି ମନ୍ତ୍ରୀ Pradesh Pratyush

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ସରକାରରେ ଜେଡିୟୁକୁ ମିଳିଥିବା ଗୋଟିଏ ମନ୍ତ୍ରୀ ପଦକୁ ଗ୍ରହଣ କରିନାହାନ୍ତି ଦଳର ସୁପ୍ରିମୋ ନୀତୀଶ କୁମାର। ଠିକ୍‌ ଶପଥ ଗ୍ରହଣ ପୂର୍ବରୁ ହିଁ ସେ ଏହି ବିଷୟରେ ଘୋଷଣା କରିଛନ୍ତି। କିନ୍ତୁ ସେ ଓ ତାଙ୍କ ଦଳ ଏନଡିଏ ସହିତ ରହିଛନ୍ତି ଏବଂ ସରକାରକୁ ସମର୍ଥନ କରି ଚାଲିବେ ବୋଲି ନୀତୀଶ କହିଛନ୍ତି।

ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବା ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇ ନୀତୀଶ କହିଛନ୍ତି, ତାଙ୍କ ଦଳରୁ କେହି ମନ୍ତ୍ରିମଣ୍ଡଳରେ ଯୋଗ ଦେବେନି। ସେ କହିଛନ୍ତି ତାଙ୍କ ଦଳ ପୂର୍ବବତ୍‌ ଏନ୍‌ଡିଏର ସହଯୋଗୀ ଦଳ ହୋଇ ରହିବ।

ତାଙ୍କ ଦଳକୁ ଗୋଟିଏ କ୍ୟାବିନେଟ୍‌ ପାହ୍ୟା ମନ୍ତ୍ରୀ ପଦ ଯଚାଯାଇଥିଲା ବୋଲି ସେ କହିଛନ୍ତି। କିନ୍ତୁ ସେ ଅନୁଭବ କରିଥିଲେ ଯେ ଗୋଟିଏ ମନ୍ତ୍ରୀ ପଦ ଯଥେଷ୍ଟ ନୁହେଁ। ବିହାରରେ ବିଜେପି ଏବଂ ଜେଡିୟୁ ୧୭ ଲେଖାଏ ଆସନରୁ ଲଢ଼ିଥିଲେ। ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ବିହାରର ୪୦ରୁ ୩୯ଟି ଲୋକସଭା ଆସନରେ ଜିତିଥିଲା।



from OTV Khabar http://bit.ly/2HJuJhO
ଜେଡିୟୁରୁ କେହି ହେଲେନି ମନ୍ତ୍ରୀ Pradesh Pratyush ଜେଡିୟୁରୁ କେହି ହେଲେନି ମନ୍ତ୍ରୀ Pradesh Pratyush Reviewed by SUBHENDU BARAL on May 30, 2019 Rating: 5

No comments:

Powered by Blogger.