ନମୋଙ୍କ ନୂଆ ଇନିଂସ । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୨୫ କ୍ୟାବିନେଟ ମନ୍ତ୍ରୀ, ଓଡିଆ ପୁଅ ଧର୍ମେନ୍ଦ୍ରଙ୍କୁ ମିଳିଲା ସ୍ଥାନ । Kanak News

କନକ ବ୍ୟୁରୋ : ଆରମ୍ଭ ହେଲା ମୋଦିଙ୍କ ଦ୍ୱିତୀୟ ଇନିଂସ । ଲଗାତାର ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ରାଷ୍ଟ୍ର୍ରପତି ଭବନରେ ଭବ୍ୟ ସମାରୋହରେ ନିଜ ନୂଆ ମନ୍ତ୍ରିମଣ୍ଡଳ ସହ ଶପଥ ନେଇଛନ୍ତି ମୋଦି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ନରେନ୍ଦ୍ର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବା ପରେ ଜଣକ ପରେ ଜଣେ କ୍ୟାବିନେଟ ଓ ରାଷ୍ଟ୍ରମନ୍ତ୍ରୀ ଶପଥ ନେଇଛନ୍ତି ।

ଦ୍ୱିତୀୟ ପାଳିରେ ନିଜ ମନ୍ତ୍ରିମଣ୍ଡଳରେ ୨୫ ଜଣ କ୍ୟାବିନେଟ ମନ୍ତ୍ରୀଙ୍କୁ ସ୍ଥାନ ଦେଇଛନ୍ତି ମୋଦି । ଯେଉଁଥିରେ କିଛି ନୂଆ ଓ କିଛି ପୁରୁଣା ଚେହେରାଙ୍କୁ ଦେଖିବାକୁ ମିଳିଛି । ଖାସକରି ଗତ ଥର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଅଧିକାଂଶ ନେତାଙ୍କୁ ପୁଣିଥରେ ରିପିଟ୍ କରିଛନ୍ତି ମୋଦି । ଯେଉଁ ତାଲିକାରେ ରାଜନାଥ ସିଂହ,ନୀତିନ ଗଡକରୀ, ଅମିତ ଶାହା,ନିର୍ମଳା ସୀତାରମଣ,ଧର୍ମେନ୍ଦ୍ର ପ୍ରଧାନ, ହରସିମରତ କୌର, ଏସ୍ ଜୟଶଙ୍କର, ମୁକ୍ତାର ଆବାସ ନକଭି, ସ୍ମୃତି ଇରାନୀ, ମହେନ୍ଦ୍ର ନାଥ ପାଣ୍ଡେ, ପ୍ରହ୍ଲାଦ ଯୋଶୀ, ରାମବିଳାଶ ପାସୱାନ,ରବିଶଙ୍କର ପ୍ରସାଦ,ହର୍ଷବର୍ଦ୍ଧନ, ପୀୟୂଷ ଗୋଏଲ,ରବିଶଙ୍କର ପ୍ରସାଦ, ଅରବିନ୍ଦ ଗଣପତ ରାଜୁ, ଗିରିରାଜ ସିଂହଙ୍କ ଭଳି ବଡ ନାଁ ମୋଦିଙ୍କ କ୍ୟାବିନେଟରେ ସାମିଲ ହୋଇଛି ।

ତେବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଚଳିତ ଥର ସୁଷମା ସ୍ୱରାଜ,ଅରୁଣ ଜେଟଲୀ ଓ ମାନେକା ଗାନ୍ଧୀଙ୍କ ଭଳି ବଡ ଚେହେରାଙ୍କୁ ଦେଖିବାକୁ ମିଳିନାହିଁ । ସୁଷମା ଓ ଅରୁଣ ନିଜ ତରଫରୁ ମନ୍ତ୍ରିମଣ୍ଡଳରେ ନ ରହିବାକୁ ପୂର୍ବରୁ କହିଥିବା ବେଳେ ମାନେକା ଗାନ୍ଧୀଙ୍କୁ କାମଚଳା ବାଚସ୍ପତି ଭୂମିକାରେ ଦେଖିବାକୁ ମିଳିପାରେ । ପୂର୍ବରୁ ସୁଷମା ବୈଦଶିକ ବ୍ୟାପାର ମନ୍ତ୍ରୀ ଥିବା ବେଳେ ଅରୁଣ ଜେଟଲୀ ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।



from Kanak News http://bit.ly/2YZJnqX http://bit.ly/2HK8RTv
ନମୋଙ୍କ ନୂଆ ଇନିଂସ । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୨୫ କ୍ୟାବିନେଟ ମନ୍ତ୍ରୀ, ଓଡିଆ ପୁଅ ଧର୍ମେନ୍ଦ୍ରଙ୍କୁ ମିଳିଲା ସ୍ଥାନ । Kanak News ନମୋଙ୍କ ନୂଆ ଇନିଂସ । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୨୫ କ୍ୟାବିନେଟ ମନ୍ତ୍ରୀ, ଓଡିଆ ପୁଅ ଧର୍ମେନ୍ଦ୍ରଙ୍କୁ ମିଳିଲା ସ୍ଥାନ । Kanak News Reviewed by SUBHENDU BARAL on May 30, 2019 Rating: 5

No comments:

Powered by Blogger.