ମୋଦି ସରକାରରେ ସାମିଲ ହେବନି ଜେଡିୟୁ । ବିଜେପି ଅଫରକୁ ଗ୍ରହଣ କଲେନି ନୀତିଶ, ମନ୍ତ୍ରିମଣ୍ଡଳରେ ଅପନା ଦଳକୁ ମିଳିଲାନି ସୁଯୋଗ । Kanak News

ଆଉ ମାତ୍ର କିଛି ସମୟର ଅପେକ୍ଷା । ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ତେବେ ମୋଦି ଶପଥ ନେବା ପୂର୍ବରୁ ବିଜେପି ନେତୃତ୍ୱାଧୀନ ଏନଡିଏରେ ଫାଟ ଦେଖିବାକୁ ମିଳିଛି । ବିଜେପିର ସହଯୋଗୀ ଦଳ ଭାବେ ଏନଡିଏରେ ସାମିଲ ଥିବା ଜେଡିୟୁ ଓ ଅପନା ଦଳ ମୋଦିଙ୍କ ଦ୍ୱିତୀୟ ପାଳିରେ ସାମିଲ ହେବେ ନାହିଁ ବୋଲି ସ୍ପଷ୍ଟ ହୋଇଛି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଜେଡିୟୁର କୌଣସି ସାଂସଦ ସାମିଲ ହେବେ ନାହିଁ ବୋଲି ଦଳର ପ୍ରମୁଖ ନୀତିଶ କୁମାର କହିଛନ୍ତି । ବିଜେପି ପକ୍ଷରୁ ମିଳିଥିବା ଅଫର ଗ୍ରହଣ ଯୋଗ୍ୟ ନୁହେଁ ବୋଲି କହି ମୋଦିଙ୍କ ମନ୍ତ୍ରିମଣ୍ଡଳରୁ ଦୂରେଇ ରହିଛି ଜେଡିୟୁ ।

ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୩ଟି ମନ୍ତ୍ରୀ ମିଳିବ ବୋଲି ଆଶା ବାନ୍ଧିଥିଲା ଜେଡିୟୁ । ୨ କ୍ୟାବିନେଟ ଓ ଗୋଟିଏ ରାଷ୍ଟ୍ରମନ୍ତ୍ରୀ ଆଶାରେ ରହିଥିଲା ଜେଡିୟୁ । କିନ୍ତୁ ବିଜେପି ପକ୍ଷରୁ ମାତ୍ର ଗୋଟିଏ କ୍ୟାବିନେଟ ମନ୍ତ୍ରୀର ଅଫର ମିଳିଥିଲା ଜେଡିୟୁକୁ । ଆଉ ବିଜେପିର ଏଭଳି ଅଫରକୁ ଗ୍ରହଣ କରିନାହିଁ ଜେଡିୟୁ । ତେବେ ଜେଡିୟୁର ବରିଷ୍ଠ ନେତା ନାରାୟଣ ସିଂଙ୍କ କହିବା ଅନୁଯାୟୀ, ମୋଦି ସରକାରରେ ଆମ ଦଳ ରହିବ ନାହିଁ ସତ । କିନ୍ତୁ ଏନଡିଏ ସହ ଗଠବନ୍ଧନ ଜାରି ରହିବ ।

ସେହିଭଳି ଅପନା ଦଳକୁ ମଧ୍ୟ ନିରାଶ ହେବାକୁ ପଡିଛି । ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଅପନା ଦଳରୁ ଅନୁପ୍ରିୟା ପଟେଲ ମନ୍ତ୍ରୀ ହେବାକୁ ଆଶା ବାନ୍ଧି ବସିଥିବା ବେଳେ ତାଙ୍କୁ କୌଣସି ଫୋନ୍ କଲ ଆସିନାହିଁ । ତେବେ ସହଯୋଗୀ ଦଳରୁ ଜଣେ ଲେଖାଏଁ ସାଂସଦଙ୍କୁ ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବା ନେଇ ସ୍ପଷ୍ଟ ହୋଇଛି ।



from Kanak News http://bit.ly/2KauuOq http://bit.ly/2JNWJ6a
ମୋଦି ସରକାରରେ ସାମିଲ ହେବନି ଜେଡିୟୁ । ବିଜେପି ଅଫରକୁ ଗ୍ରହଣ କଲେନି ନୀତିଶ, ମନ୍ତ୍ରିମଣ୍ଡଳରେ ଅପନା ଦଳକୁ ମିଳିଲାନି ସୁଯୋଗ । Kanak News ମୋଦି ସରକାରରେ ସାମିଲ ହେବନି ଜେଡିୟୁ । ବିଜେପି ଅଫରକୁ ଗ୍ରହଣ କଲେନି ନୀତିଶ, ମନ୍ତ୍ରିମଣ୍ଡଳରେ ଅପନା ଦଳକୁ ମିଳିଲାନି ସୁଯୋଗ । Kanak News Reviewed by SUBHENDU BARAL on May 30, 2019 Rating: 5

No comments:

Powered by Blogger.